
ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅ ଗଲେ ସୁଧାର କେନ୍ଦ୍ର । ତୁ ମତେ ପୁଅ ଦେଇ ପାରୁନୁ ,ଏହି ଘରେ ରହିବାର ଅଧିକାର ତୋର ନାହିଁ ।ପଞ୍ଚମ ଝିଅ ଜନ୍ମ ପରେ ସ୍ୱାମୀ ଆକ୍ରୋଶର ଶିକାର ହେଲା ମା, ମାଡ଼ ମାରି ଘରୁ ବାହାର କରିଦେଲା । ମାତ୍ର ପନ୍ଦର ଦିନର କନ୍ୟା ଶିଶୁ ଏବଂ ଜନ୍ମିତ ଅନ୍ୟ ଚାରି ଝିଅଙ୍କୁ ଧରି ଶୀତ ରାତିରେ ଆଶ୍ରୟ ପାଇଁ ପହଞ୍ଚିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ । ଏଭଳି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମୂରୁଗା ଗ୍ରାମରେ । ସୂଚନା ଅନୁସାରେ ଭୁବନ ବ୍ଲକ ଚଂପାନାଳିଆ ଗ୍ରାମର ମୋହନା ନାୟକ ଙ୍କ ଝିଅ ସୁଲୋଚନା ନାୟକ ଙ୍କୁ ଢେ଼ଙ୍କାନାଳ ସ୍ଥିତ ଗୁଡ଼ିଆକାଟେଣି ଗ୍ରାମର ଉତ୍ସବ ନାୟକଙ୍କ ପୁଅ ଚୈତନ୍ୟ ନାୟକଙ୍କ ସହିତ ଗତ ଚଉଦ ବର୍ଷ ପୂର୍ବରୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ହେବା ପର ଠାରୁ ଚୈତନ୍ୟ ବିବାହ କରିଥିବା ସ୍ତ୍ରୀଙ୍କ ମାମୁଁ ଘରେ ଅର୍ଥାତ୍ ମୂରୁଗା ଗ୍ରାମରେ ରହି ଆସୁଛନ୍ତି ।ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୈତନ୍ୟଙ୍କ ପାଞ୍ଚଗୋଟି କନ୍ୟା ସନ୍ତାନ ଥିବା ବେଳେ ପୁଅ ଜନ୍ମ ନହେବାରୁ ସ୍ତ୍ରୀ ଉପରେ ବାରମ୍ବାର ଅକଥନୀୟ ଅତ୍ୟାଚାର କରନ୍ତି ସ୍ୱାମୀ ଚୈତନ୍ୟ । ଏଭଳିକି ପଞ୍ଚମ କନ୍ୟା ମାତ୍ର ୧୫(ପନ୍ଦର) ଦିନର ହୋଇଥିବା ବେଳେ ଗତ ରାତିରୁ ସ୍ତ୍ରୀ ସହିତ ନିଜ ଜନ୍ମ କରିଥିବା ଝିଅ ମାନଙ୍କୁ ମଧ୍ୟ ଘରୁ ବାହାର କରିଦେଇଛି ଅମଣିଷ ବାପା । ଅନ୍ୟା ଉପାୟ ନପାଇ ଶୀତ ରାତିରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସ ଗୃହ ପରିସର ମଧ୍ୟରେ ସୋଇଥିଲେ ।ଆଜି ଦିନରେ ଏନେଇ ଖବର ପାଇ ପହଞ୍ଚିଥିଲେ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା । ସମସ୍ତ ଘଟଣା ଶୁଣିବା ପରେ ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ଛଅ ପ୍ରାଣୀ କୁଟୁମ୍ବ ଙ୍କୁ ନେଇ ଥଇଥାନ କରିଥିଲେ ।ତେବେ ଏନେଇ ପରିବାର ପକ୍ଷରୁ ଭୁବନ ଥାନା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ପ୍ରତିକ୍ରିୟା ରଖିଛନ୍ତି ସୁଲୋଚନା ଙ୍କ ମଉନା ନାୟକ ।ସମସ୍ୟା ସମାଧାନ ନହେବାରୁ ଆଜି ସୁଧାର ଗୃହକୁ ପଠାଯାଇଛି।

