Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାରି ପର୍ଯ୍ୟାୟରେ ୧୬ ଜଣଙ୍କୁ ଗିରଫ

Posted on November 12, 2025

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ମୋଟ ୧୬ ଜଣଙ୍କୁ ୪ ପର୍ଯ୍ୟାୟରେ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ଦୁଇଟି ବନ୍ଧୁକ ମଧ୍ୟ ଜବତ କରିଥିଲା । ମଙ୍ଗଳବାର ଜବତ ବନ୍ଧୁକର ତଥ୍ୟକୁ ପୋଲିସ ଏସଡ଼ିଜେଏମ କୋର୍ଟରେ ଦାଖଲ କରିଛି । ଏହାସହ ଏହାର ବାଲିଷ୍ଟିକ ଟେଷ୍ଟ ପାଇଁ ଜବତ ଦୁଇ ବନ୍ଧୁକକୁ ଭୁବନେଶ୍ୱରରେ ଥିବା ଷ୍ଟେଟ ଫରେନସିକ ଲାବକୁ ପଠାଇଥିବା ଜଣାପଡିଛି । ଜବତ ବନ୍ଧୁକ ଓ ଗୁଳିକୁ ପୋଷ୍ଟମୋର୍ଟମ ପରେ ବାଲେଷ୍ଟିକ ଏକ୍ସପର୍ଟ ପାଖକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଗୁଳିର ଗତିକୁ ନେଇ କିଛି ତଥ୍ୟ ମିଳିପାରେ ବୋଲି କୁହାଯାଉଛି ।

ତେବେ ଜବତ ହୋଇଥିବା ଦୁଇ ବନ୍ଧୁକ ୯-ଏମ ଏମ ବୋଲି ଜଣାପଡ଼ିଛି । ପୀତବାସ ହତ୍ୟା ମାମଲାରେ ମୋଟ ୧୬ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର୍ ଶିବଶଙ୍କର ଦାଶ ଓରଫ ପିଣ୍ଟୁ ,କର୍ପୋରେଟର ମଳୟ ବିଷୋୟୀ, ଆଇନଜୀବୀ ମଦନ ଦଳାଇ ଓ ସୁନିଲ ହୋତାଙ୍କ ପାଇଁ ଆଇନଜୀବୀମାନେ କୋର୍ଟରେ ୱାକାଲତନାମା ଦାଖଲ କରିଛନ୍ତି । ପୀତବାସ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ବିକ୍ରମ କୁମାର ପଣ୍ଡା,ମଳୟ ବିଷୋୟୀ ଘରର ରନ୍ଧା ଖାଦ୍ୟ ପାଇଁ ନିଜ ଓକିଲଙ୍କ ଦ୍ଵାରା କିଛିଦିନ ପୂର୍ବେ ସ୍ଥାନୀୟ ଏସଡ଼ିଜେଏମଙ୍କ ଅଦାଲତରେ ଏକ ପିଟିସନ ଦାଖଲ କରିଥିଲେ । ଏସଡ଼ିଜେଏମ କୁମାର ସ୍ପନ୍ଦନ ପିଟିସନର ଶୁଣାଣି କରି ବିକ୍ରମ ଓ ମଳୟକୁ ଜେଲ ଭିତରେ ଆବଶ୍ୟକ ସ୍ଥଳରେ ଘର ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme