
ପିଶାଚ ପାଲଟିଲା ଡ୍ରାଇଭର । ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବି ଛାଡିଲାନି । ବର୍ଷା ଓ ଅନ୍ଧାର ରାତିର ସୁଯୋଗ ନେଇ ଜୋରଜବରଦସ୍ତ ରାସ୍ତା କଡ଼ରୁ ଉଠାଇ ନେଲା । ମହିଳାଙ୍କ ଅର୍ତ୍ତ ଚିତ୍କାର ବି ଶୁଣିଲାନି । ଅନ୍ଧାର ରାତିର ଅନ୍ଧକାରରେ ମିଳେଇଗଲା କରୁଣ ସ୍ବର । ସିସିଟିଭିରେ କଏଦ ହୋଇଛି ଏହି ଛାତିଥରା ଦୃଶ୍ୟ। ଏହିଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଚରମ୍ପା ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଫାଣ୍ଡି ଛକ ନିକଟରେ ।
ପ୍ରବଳ ବର୍ଷାରୁ ରକ୍ଷା ପାଇବା ପାଇଁ ମହିଳା ଜଣକ ଗତକାଲି ବିଳମ୍ବିତ ରାତିରେ ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେଷ ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକ ଟ୍ରକକ ଡ୍ରାଇଭର ମହିଳାଙ୍କୁ ଦେଖି ଗାଡି ଅଟକାଇଥିଲେ । ପରେ ତାଙ୍କ ନିକଟକୁ ଆସି ଜୋର ଜବରଦସ୍ତ ଉଠାଇ ନେଇ ଗାଡି ଭିତରେ ପୁରାଇ କେଉଁ ଆଡ଼େ ପଳାଇଯାଇଥିଲେ । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଏହି ଘଟଣା ଜଣା ପଡିବା ପରେ ଭଦ୍ରକରେ ଚହଳ ସୃଷ୍ଟି ହୋଇଛି । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହିତ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

