
ମିଳିତ ଜାତିସଂଘ ମାନବାଧିକାର ପରିଷଦର ସ୍ୱତନ୍ତ୍ର ଅଧିବେଶନରେ ଭାରତ ପୁଣି ଥରେ ନିଜର ସ୍ୱାଧୀନ ବୈଦେଶିକ ନୀତି ସହିତ ବିଶ୍ୱକୁ ଚକିତ କରିଛି । ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରବଳ ଚାପ ସତ୍ତ୍ୱେ, ଭାରତ ଇରାନ ବିରୋଧରେ ଆଗତ ମାନବାଧିକାର ଉଲ୍ଲଂଘନ ସମ୍ପର୍କିତ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଛି । ବିଶ୍ୱ ମଞ୍ଚରେ ଇରାନକୁ ଖୋଲା ଖୋଲି ସମର୍ଥନ କରିଛି ଭାରତ । ଏହି ପଦକ୍ଷେପ ଭାରତ ଓ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ସମ୍ପର୍କକୁ ପ୍ରତିଫଳିତ କରିଛି । ଜାନୁଆରୀ ୨୨ରେ ଅନୁଷ୍ଠିତ ଭୋଟ୍ରେ କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ବାହ୍ୟ ହସ୍ତକ୍ଷେପକୁ ସମର୍ଥନ କରେ ନାହିଁ ବୋଲି ଭାରତ ସ୍ପଷ୍ଟ କରିଥିଲା ।
