
ପାର୍ବଣ ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତର ହୋଲି ଖେଳ। ଅନୁଗୁଳ ସହରର ହରିମହୁରୀ ଛକ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ , ଗଣ୍ଡଗୋଳ ବେଳେ ଭୁଜାଲି ମାଡରେ ଦୁଇ ଭାଇ ଗୁରୁତର ହୋଇଥିଲେ । ଦୁଇଭାଇ ହେଲେ ସୌରଭ ବାସାକ ଓ ସୌଭାଗ୍ୟ ବାସାକ। କଟକ ସ୍ଥାନାନ୍ତର ବେଳେ ସାନ ଭାଇ ସୌଭାଗ୍ୟ ବାସାକ ର ମୃତ୍ୟୁ ହୋଇଛି । କେଉଁ କାରଣରୁ ଗଣ୍ଡଗୋଳ ହୋଇଥିଲା ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ଆମ୍ବୁଲାନ୍ସ ଗାଡି ବେପାରକୁ ନେଇ ଗୋଣ୍ଡଗଳ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ଅନୁଗୁଳ ଟାଉନ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଯାରିରଖିଛି ।
