Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

Posted on October 27, 2025

କେନ୍ଦୁଝର ଜିଲ୍ଲା ଟମକା ନିକଟରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମହିଳାଙ୍କ ନାବାଳକ ପୁଅ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ରେଲୱେ ଥାନା ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । ମହିଳା ଜଣଙ୍କ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଆମ୍ବଡାହି ଗ୍ରାମର ଶ୍ରୀମତୀ ମୁଣ୍ଡା ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ରବିବାର ରାତିରେ ପାରିବାରିକ କଳହ ଯୋଗୁଁ ଟମକା ବାଘୁଆପାଳ ଷ୍ଟେସନ ମଝିରେ ଥିବା ଏକ ସାହି ପାଖ ରେଲୱେ ଟ୍ରାକ୍‌କୁ ନିଜ ନାବାଳକ ପୁଅକୁ ଧରି ଦୌଡ଼ି ପଳାଇଥିଲେ । ଏତିକି ବେଳେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା। ମହିଳାଙ୍କ ବାମ ଗୋଡ଼ ଜଙ୍ଘ ପାଖରୁ କଟି ଟ୍ରାକ୍‌ ଭିତର ପାର୍ଶ୍ଵରେ ପଡିଥିବା ବେଳେ ଶରୀରର ବାକି ଭାଗ ଟ୍ରାକ୍‌ ବାହାରେ ପଡିଥିଲା । ପ୍ରବଳ ରକ୍ତସ୍ରାବ ଘଟି ମହିଳାଙ୍କ ମୃତ୍ୟୁ ଘଟିଥିଲା। ନାବାଳକ ଶିଶୁ ପୁତ୍ରର ମୁଣ୍ଡରେ ଆଘାତ ଯୋଗୁଁ ତାଙ୍କୁ ଗୋବର୍ଦ୍ଧନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଛି । ଖବର ପାଇ ଘଟଣାସ୍ଥଳରେ ରେଲୱେ ଥାନା ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । ବ୍ୟାସନଗର ଉପଖଣ୍ଡ ଆରୋଗ୍ୟ ମନ୍ଦିରରେ ଶବ ବ୍ୟବଚ୍ଛେଦ ପରେ ମୃତଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଭଦ୍ରକ ରେଳବାଇ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme