Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାରମ୍ପରିକ ଶଗଡ ଗାଡି ଉପରେ ବିମାନରେ ରାଧାକୃଷ୍ଣ

Posted on December 15, 2025

ଚାଲିଛି ପୂଜାର୍ଚ୍ଚନା । ପ୍ରଭୁଙ୍କୁ ବନ୍ଦାପନା କରୁଛନ୍ତି ମହିଳାମାନେ । ସଂକୀର୍ତ୍ତନରେ କମ୍ପୁଛି ପରିବେଶ । ସମସ୍ତଙ୍କ ତୁଣ୍ଡରେ ହରିନାମ । କାହିଁକି ନା ସୁଦୂର କୋଲକାତାରୁ କାକଟପୁର ଆସିଛନ୍ତି ରାଧାକୃଷ୍ଣ । ପାରମ୍ପରିକ ଶଗଡ ଗାଡିକୁ ଦୁଇଟି ବଳଦ ଟାଣି ନେଉଥିବା ବେଳେ ଶଗଡ ଗାଡି ଉପରେ ବିମାନରେ ରାଧାକୃଷ୍ଣଙ୍କ ସହିତ ପ୍ରଭୁପାଦ ବସିଥିବା ଦୃଶ୍ୟ କେମିତି ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି ।

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଭାରତ ମାଟିରେ ଭଗବାନ ଯୁଗକୁ ଯୁଗ ଅବତାରିତ ହୋଇ ସତ୍ୟର ପ୍ରତିଷ୍ଠା କରି ଅସତ୍ୟର ବିନାଶ କରିଛନ୍ତି । ସେହି ସତ୍ୟ ଧର୍ମକୁ ଅନୁସରଣ କରି ଆଜି ଭାରତ ମାଟିରେ ହିନ୍ଦୁ ଧର୍ମର ବିଭିନ୍ନ ଧର୍ମାନୁଷ୍ଠାନମାନ ଗଢି ଉଠିଛି । ସେହିଭଳି ଏକ ଧର୍ମାନୁଷ୍ଠାନ ହେଉଛି ଇସ୍କନ ବା ଅନ୍ତର୍ଜାତୀୟ ଶ୍ରୀକୃଷ୍ଣ ପ୍ରଚାର ସମିତି । ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଚେତନାକୁ ପ୍ରଦର୍ଶନ କରିଥାନ୍ତି । ଦୀର୍ଘ ଦଶନ୍ଧି ଧରି ଧାର୍ମିକ ଅନୁଷ୍ଠାନ ଇସ୍କନ, ବିଶ୍ବର ବିଭିନ୍ନ ଦେଶମାନଙ୍କରେ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ସହିତ ହରିନାମର ପ୍ରଚାର ପ୍ରସାର କରିଆସୁଛନ୍ତି ।

ସମାନ ଭାବେ ଇସ୍କନ ପକ୍ଷରୁ ଏକ ଶଗଡ ଗାଡିରେ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତି ସାଙ୍ଗକୁ ଇସ୍କନର ପ୍ରତିଷ୍ଠାତା ଶୈଲ ଶ୍ରୀ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ସୁଦୂର କୋଲକାତାର ନବଦୀପ ଅଞ୍ଚଳରୁ ଯାତ୍ରା ଆରମ୍ଭ କରି କାକଟପୁର ଠାରେ ପହଞ୍ଚିଛନ୍ତି ।  କାକଟପୁରର ବିଭିନ୍ନ ଗାଁ ପରିକ୍ରମା କରିବା ବେଳେ ଏହା କାକଟପୁର ନିକଟ ବାଜପୁର ଗାଁ ଠାରେ ପହଞ୍ଚି ଥିଲା । ଏହି ଶଗଡଗାଡିଟି ଗ୍ରାମ ପରିକ୍ରମା କରିବା ବେଳେ ଗାଁର ଅଧିବାସୀମାନେ ଭାବ ଭକ୍ତିରେ ଠାକୁରଙ୍କୁ ପୂଜର୍ଚ୍ଚନା କରିବା ସହିତ ହରିନାମ ସଂକୀର୍ତ୍ତନରେ ନିଜକୁ ସାମିଲ କରିଥିଲେ ।

କାକଟପୁର ଅଞ୍ଚଳରେ ଶଗଡ଼ିଗାଡିରେ ଭଗବାନ ରାଧାକୃଷ୍ଣଙ୍କୁ ଦେଖିବା ପାଇଁ ଲୋକମାନେ ଶ୍ରଦ୍ଧା ଭକ୍ତିର ସହକାରେ ଗାଁ ରାସ୍ତାକୁ ଆସିବା ସହିତ ଧୂପଦୀପ ଥାଳି ଧରି ବନ୍ଦାପନା କରିଥିଲେ । ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ସହିତ ଶଗଡ଼ ଗାଡିକୁ ଟାଣି ନେଉଥିବା ଦୁଇଟି ବଳଦ ଲୋକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ଦୁଇଟି ସୁନ୍ଦର ବଳଦ ଭଗବାନଙ୍କୁ କାନ୍ଧରେ ବୋହି ବୋହି ସୁଦୂର ନବଦୀପରୁ କାକଟପୁର ପର୍ଯ୍ୟନ୍ତ  ଆଣି ପହଞ୍ଚାଇଛନ୍ତି  ।

ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆମକୁ ମନ୍ଦିର ଯିବାକୁ ପଡିଥାଏ କିନ୍ତୁ ସାକ୍ଷାତ ଭଗବାନ ଦର୍ଶନ ଦେବା ପାଇଁ ସୁଦୂର ନବଦୀପରୁ ଭକ୍ତଙ୍କ ପାଖକୁ ଆସିଥିବା ଦେଖି ଗ୍ରାମବାସୀମାନେ ବନ୍ଦାପନା କରିଥିଲେ । ହରିନାମ ସଂକୀର୍ତ୍ତନରେ ଆବାଳ ବୃଦ୍ଧବନିତା ନିଜକୁ ସାମିଲ କରି ନୃତ୍ୟ କରିଥିଲେ । ଭକ୍ତ ଏବଂ ଭଗବାନଙ୍କ ମିଳନର ଏହି ଅପୂର୍ବ ଦୃଶ୍ୟ ବାଜପୁର ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme