
ନିର୍ଦ୍ଧାରିତ ସମୟରେ ଲୋକଙ୍କ ପାଖରେ ପାନୀୟ ଜଳ ନ ପହଁଚିଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ବିଭିନ୍ନ ଏଜେନ୍ସି ଉପରେ ସରକାର ଆକ୍ସନ ନେଉଥିଲେ ବର୍ତ୍ତମାନ ଅଧିକାରୀଙ୍କ ଉପରେ ବି ଆକ୍ସନ ହେବ ବୋଲି ନିଷ୍ପତ୍ତି ହୋଇଛି । ଆମର ଲକ୍ଷ୍ୟ ୨୦୨୭ ସୁଦ୍ଧା ସମସ୍ତଙ୍କ ପାଖରେ ପାନୀୟ ଜଳ ପହଞ୍ଚାଇବା । ସେଥିରେ ଯିଏ ବି ବାଧକ ସାଜିବ ବା କାର୍ଯ୍ୟରେ ଅବହେଳା କରିବ ତା ଉପରେ ଆକ୍ସନ ନିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।
