
ରୋଷେଇ କରିବା ବେଳେ ଶାଢୀରେ ନିଆଁ ଲାଗି ପାଚିକା ଗୁରୁତର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଇଲୋ ପଞ୍ଚାୟତ ହାତିବନ୍ଧା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ପାଚିକାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଆନନ୍ଦପୁର ବ୍ଲକ ହାତିବନ୍ଧା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ତଅପୋଇ ପ୍ରଧାନ ରୋଷେଇ କରୁଥିବା ସମୟରେ ତାଙ୍କ ଶାଢୀରେ ନିଆଁ ଲାଗି ଯାଇଥିଲା। ଅନ୍ୟ ୩ ଜଣ ସହାୟିକା ଓ ପାଚିକା ସଉଦା ଆଣିବାକୁ ଗାଁ ଦୋକାନକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ପାଚିକାଙ୍କ ଲୁଗାରେ ନିଆଁ ଲାଗି ଯାଇଥିବା ଦେଖି ଛାତ୍ରଛାତ୍ରୀମାନେ ତାଙ୍କ ଉପରେ ପାଣି ଢାଳିଥିଲେ। ସ୍ଥାନୀୟ ଲୋକେ ତଅପୋଇଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ମାଧ୍ୟମରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ତଅପୋଇ ଅସହାୟ ମହିଳା ହୋଇଥିବା ବେଳେ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

