
ଗୁରୁବାର ସକାଳେ ମାହାଙ୍ଗା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ନାହାଙ୍ଗ, ପୋଡ଼ାମରାଇ ଓ ହଳଦିଆ ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ବ ଲୋକ ଓ ୩ ଗାଈଙ୍କୁ ଏକ ପାଗଳ କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡିଛି । ଏମାନଙ୍କ ମଧ୍ୟରୁ କିଛି ଆହତ ହୋଇ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଲାଇନ ଲଗାଇଥିବା ବେଳେ ବାକି ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏବେବି ପାଗଳ କୁକୁରର ଆକ୍ରମଣ କରୁଛି । ଯାହା ଫଳରେ ବାନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

