
ମହଙ୍ଗା ପଡ଼ିଲା ପଡ଼ିଆରେ ଅଶୋଭନୀୟ ଆଚରଣ। ଏସିଆ କପରେ ଭାରତ ବିପକ୍ଷ ମ୍ୟାଚ୍ରେ ଅଶୋଭନୀୟ ଆଚରଣ କରିଥିବା ପାକିସ୍ତାନୀ ବୋଲର ହାରିସ ରୌଫଙ୍କୁ ଦୁଇଟି ମ୍ୟାଚ୍ ପାଇଁ ନିଲମ୍ବିତ କରିଛି ICC। ଭାରତ ବିପକ୍ଷ ଏସିଆ କପର ସୁପର ୪ ମ୍ୟାଚ୍ରେ ଆତଙ୍କୀ ମାନସିକତା ପ୍ରଦର୍ଶନ କରି ଓଦ୍ଧତ୍ୟର ସୀମା ଟପି ଥିବା ପାକିସ୍ତାନର ଦ୍ରୁତ ବୋଲର ହାରିଶ ରୌଫଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ପଡ଼ିଆରେ ଯୁଦ୍ଧ ବିମାନର ଇଙ୍ଗିତ କରି ଦର୍ଶକଙ୍କୁ ଉସକାଇବା ଭଳି ସଙ୍କେତ ଦେଇଥିବା ଅଭିଯୋଗ ହୋଇଛି ।
ଏହି ଆଚରଣକୁ କ୍ରୀଡା ମନୋଭାବର ବିରୋଧୀ ମାନି ICC ପ୍ୟାନେଲ ତାଙ୍କୁ ଦଣ୍ଡିତ କରିଛି। ଭବିଷ୍ୟତରେ ସଂଯମ ରଖିବାକୁ ମଧ୍ୟ ରୌଫଙ୍କୁ ପରାମର୍ଶ ଦିଆଯାଇଛି।
ସେହିଭଳି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ମ୍ୟାଚ୍ ଫିର ୩୦ ପ୍ରତିଶତ ଜରିମାନା ଲାଗିଛି।

