Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାକିସ୍ତାନର କ୍ବେଟାରେ ଜାଫର ଏକ୍ସପ୍ରେସରେ ବୋମା ବିସ୍ଫୋରଣ, ୭ ଆହତ

Posted on October 7, 2025

ପାକିସ୍ତାନର କ୍ବେଟାରେ ଜାଫର ଏକ୍ସପ୍ରେସକୁ ପୁଣି ଥରେ ଟାର୍ଗେଟ୍ କରାଯାଇଛି । ବର୍ତ୍ତମାନ ଟ୍ରେନକୁ ଟାର୍ଗେଟ୍ କରି ବୋମା ବିସ୍ଫୋରଣ କରାଯାଇଛି ।  ଏହି ଆକ୍ରମଣରେ ଟ୍ରେନ୍ ଲାଇନଚ୍ୟୁତ ହେବା ସହ ସାତ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ବଲୁଚ୍ ବିଦ୍ରୋହୀ ଗୋଷ୍ଠୀ  ବଲୁଚ୍ ରିପବ୍ଲିକାନ୍ ଗାର୍ଡସକୁ ଦୋଷୀ ବୋଲି ଦାବି କରିଛି । ଟ୍ରେନଟି ପେଶାୱର ଅଭିମୁଖେ ଯାଉଥିବା ସମୟରେ ଏହାକୁ ଟାର୍ଗେଟ କରାଯାଇଥିଲା ବୋଲି ସୂଚନା ମିଳିଛି । ଆକ୍ରମଣ ପରେ ଘଟଣାସ୍ଥଳକୁ ସୁରକ୍ଷା ବାହିନୀ ଏବଂ ପୋଲିସ ଘେରାବନ୍ଦୀ କରିନେଇଛି । ଟ୍ରେନ୍ ଟ୍ରାକଗୁଡିକୁ ଯାଞ୍ଚ କରିବା ପାଇଁ ବୋମା ନିଷ୍କ୍ରିୟକାରୀଙ୍କୁ ନିୟୋଜିତ କରାଯାଇଛି ।

ସୂଚନାନୁଯାୟୀ, ଏହି ଆକ୍ରମଣ ପାଇଁ ବଲୁଚ୍ ରିପବ୍ଲିକାନ୍ ଗାର୍ଡସ ଦାୟୀ ବୋଲି ବଲୁଚ୍ ରିପବ୍ଲିକାନ୍ ଗାର୍ଡସର ଜଣେ ମୁଖପାତ୍ର ଏକ ପ୍ରେସ୍ ମିଟ୍ ଜାରି କରି କହିଛନ୍ତି । ଏହା ସହିତ ସେମାନେ କହିଥିଲେ ଯେ, ଆଜି ସେମାନେ ଶିକାରପୁର ଏବଂ ଜାକୋବାବାଦ ମଧ୍ୟରେ ଥିବା ସୁଲତାନ କୋଟରେ ଏକ ରିମୋଟ୍ କଣ୍ଟ୍ରୋଲ୍ IED ବିସ୍ଫୋରଣ ସହିତ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରିଥିଲେ ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହି ଆକ୍ରମଣ ପ୍ରଥମ ଥର ପାଇଁ ହୋଇନାହିଁ ବରଂ ଏହା ପୂର୍ବରୁ ଅନେକ ଥର ଜାଫର ଏକ୍ସପ୍ରେସକୁ ଟାର୍ଗେଟ୍ କରାଯାଇଛି । ପାକିସ୍ତାନୀ ସୈନିକମାନେ ଜାଫର ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ଆକ୍ରମଣ କରାଯାଇଥିଲା । ଯାହାଫଳରେ ଏଥିରେ ଅନେକ ସୈନିକଙ୍କ ମୃତ୍ୟୁ ହୋଇଥିଲାବେଳେ ଆହତ ମଧ୍ୟ ହୋଇଥିଲେ ।  ଟ୍ରେନର ୬ଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା । ବେଲଚୁସ୍ତାନକୁ ଯେପର୍ଯ୍ୟନ୍ତ ସ୍ବାଧୀନତା ନମିଳିଛି ସେ ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ ବୋଲି ବଲୁଚ୍ ରିପବ୍ଲିକାନ୍ ଗାର୍ଡସ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme