Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାକିସ୍ତାନର ଏୟାରଷ୍ଟ୍ରାଇକ୍ ! 

Posted on October 10, 2025

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏୟାରଷ୍ଟ୍ରାଇକ୍ ! ଗୁରୁବାର ବିଳମ୍ଵିତ ରାତିରେ ଅଜ୍ଞାତ ହମ୍‌ଲାରେ ଥରିଲା କାବୁଲ। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଅବଦୁଲ୍ ହକ୍ ଛକ ନିକଟରେ ଏହି ବିସ୍ଫୋରଣ ହୋଇଛି। ଏହି ଆକ୍ରମଣ ପରେ ଅବଦୁଲ ହକ୍ ଛକକୁ ବନ୍ଦ କରିଦିଆଯାଇଛି। ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କୁହାଯାଉଛି। ବିସ୍ଫୋରଣରେ ମୃତାହତଙ୍କ ସଂଖ୍ୟା ବିଷୟରେ ସ୍ପଷ୍ଟ ଜଣାପଡ଼ି ନାହିଁ। ସୁରକ୍ଷା ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ସୋସିଆଲ ମିଡିଆ ରିପୋର୍ଟରେ ଅଜ୍ଞାତ ବିମାନ ଦ୍ଵାରା ଆକ୍ରମଣ ହୋଇଥିବା କୁହାଯାଉଛି। 

ଆଫଗାନିସ୍ତାନର କାର୍ଯ୍ୟକାରୀ ବିଦେଶମନ୍ତ୍ରୀ ଅମୀର ଖାନ୍‌ ମୁତ୍ତକି ଗୁରୁବାର ତାଙ୍କ ପ୍ରଥମ ଭାରତ ଗସ୍ତରେ ଦିଲ୍ଲୀରେ ପହଞ୍ଚିଥିବା ବେଳେ କାବୁଲରେ ଏହି ଆକ୍ରମଣ ହୋଇଛି। ଭାରତରେ ତାଙ୍କର ୧ ସପ୍ତାହର ରହଣି କାର୍ଯ୍ୟକ୍ରମ ରହିଛି । ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଢ଼ିବା ପରେ କାବୁଲରୁ ଦିଲ୍ଲୀକୁ ଏହା ପ୍ରଥମ ମନ୍ତ୍ରୀସ୍ତରୀୟ ଯାତ୍ରା । ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ମନ୍ତ୍ରୀଙ୍କ ଉପରେ ଜାତିସଂଘ କଡ଼ା କଟକଣା ଲଗାଇଛି । ତେବେ ଭାରତର ଅନୁରୋଧ କ୍ରମେ ତାଲିବାନ ବିଦେଶ ମନ୍ତ୍ରୀଙ୍କୁ ନୂଆଦିଲ୍ଲୀ ଗସ୍ତ ଲାଗି ଜାତିସଂଘରୁ ସ୍ୱତନ୍ତ୍ର ଅନୁମତି ମିଳିଛି । ରିପୋର୍ଟ ଅନୁସାରେ, ୧୬ ତାରିଖ ପର୍ଯ୍ୟନ୍ତ ଭାରତରେ ରହଣି ଅବସରରେ ମୁତ୍ତକି ଭାରତର ବିଦେଶ ମନ୍ତ୍ରୀ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭଲଙ୍କୁ ଭେଟିବେ । ମୁତ୍ତକିଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ବାଣିଜ୍ୟ, ବିକାଶ ଏବଂ ସୁରକ୍ଷା ସହଯୋଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି।

ଅନ୍ୟପକ୍ଷରେ ଜୟଶଙ୍କରଙ୍କ ସହ ବୈଠକ ବେଳେ କେଉଁ ପତାକା ଲାଗିବ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଭାରତ ଏ ଯାଏ ତାଲିବାନ ସରକାରକୁ ଔପଚାରିକ ଭାବେ ମାନ୍ୟତା ଦେଇନାହିଁ । ଏଥିଯୋଗୁ ତାଲିବାନକୁ ଆଫଗାନିସ୍ତାନ ଦୂତାବାସ ଉପରେ ନିଜ ପତାକା ଲଗାଇବାକୁ ଅନୁମତି ମିଳିନି । ସେଠାରେ ଏବେ ବି ଇସ୍‌ଲାମିକ୍‌ ରିପବ୍ଲିକ୍‌ ଅଫ୍‌ ଆଫଗାନିସ୍ତାନର ପତାକା ଲାଗୁଛି । କୂଟନୈତିକ ପରମ୍ପରା ଅନୁସାରେ କୌଣସି ଦେଶର ମନ୍ତ୍ରୀ ଅନ୍ୟ ଦେଶକୁ ଗଲେ ଏବଂ ସେଠାରେ ନିଜ ସମକକ୍ଷଙ୍କୁ ଭେଟିଲେ ଉଭୟଙ୍କ ପଛରେ ବା ଟେବୁଲରେ ଦୁଇ ଦେଶର ପତାକା ଲାଗିଥାଏ ।

 

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme