Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଭିତରକନିକା, କୁମ୍ଭୀର ଗଣନା ଲାଗି ବନ୍ଦ ରହିବ ୩ ଦିନ

Posted on January 8, 2026

କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ  ଆଜିଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏଥିପାଇଁ ଡାଙ୍ଗମାଳ କାର୍ଯ୍ୟାଳୟ ପରିସରରେ ସହକାରୀ ବନ ସଂରକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ, ଆଇଏଫ୍‌ଏସ୍‌, ଗବେଷକ, ପ୍ରାଣୀ ବିଜ୍ଞାନୀ ଯୋଗ ଦେଇ ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ବନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଦିନ ଓ ରାତିରେ କୁମ୍ଭୀର ଗଣନା କରାଯିବ । 

ରାଜନଗର ବନଖଣ୍ଡରେ ଏ ନେଇ ୨୩ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୬ ଜଣ ଲେଖାଏଁ ସାମିଲ୍‌ ହେବେ । କନିକା ରେଞ୍ଜରେ ୧୧ଟି ଟିମ୍‌, ରାଜନଗର ରେଞ୍ଜରେ ୭ଟି ଟିମ୍‌, ଗହୀରମଥା ଓ ମହାକାଳପଡ଼ା ରେଞ୍ଜରେ ଦୁଇଟି ଲେଖାଏଁ ଟିମ୍‌ କୁମ୍ଭୀର ଗଣନା କରିବେ । ପ୍ରଥମ ଥର ପାଇଁ କୁଜଙ୍ଗ ରେଞ୍ଜ୍‌ରେ ଗଣନା ପାଇଁ ଗୋଟିଏ ଟିମ୍‌ ଗଠନ କରାଯାଇଛି ।  ଭିତରକନିକା ଜାତୀୟ ଉଦ୍ୟାନ ପରିଧିର ପ୍ରାୟ ୫୧ଟି ସ୍ପଟରେ ତିନିଦିନ ଧରି କୁମ୍ଭୀର ଗଣନା କାର୍ଯ୍ୟ କରାଯିବ । ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନେ ଭିତରକନିକା ନ ଆସିବା ପାଇଁ ବିଭାଗ ପକ୍ଷରୁ ବାରଣ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme