Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପରଜଙ୍ଗରେ ଟାଟା ପାଓ୍ବାର ବିରୋଧରେ ୮ ଘଣ୍ଟିଆ ପରଜଙ୍ଗ ବନ୍ଦ

Posted on December 24, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଟାଟା ପାଓ୍ବାର ବିରୋଧରେ ୮ ଘଣ୍ଟିଆ ପରଜଙ୍ଗ ବନ୍ଦ କରିଛି ମିଳିତ ଓକିଲ ସଂଘ ଓ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି। ୯ ଦଫା ଦାବି ନେଇ ଆନ୍ଦୋଳନକାରୀ ମାନେ ପରଜଙ୍ଗ ବଜାର ପରିକ୍ରମା କରିବା ସହ ଇଲେକ୍ଟ୍ରିକ ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ। ସକାଳ ୧୦ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପରଜଙ୍ଗ ବନ୍ଦ ରହିବ ବୋଲି କମିଟି ପକ୍ଷରୁ ଜଣାପଡିଛି। ଟାଟା ପାଓ୍ବାର ଜୁଲମ, ସ୍ମାର୍ଟ ମିଟର, ବିଦ୍ୟୁତ କାଟ, ଉପଭୋକ୍ତାଙ୍କ ଘରକୁ ଅବାଧ ପ୍ରବେଶ ଆଦି ସଙ୍ଗୀନ ଅଭିଯୋଗ କରିଛି କମିଟି। ଯାହାକୁ ନେଇ ସମ୍ପୂର୍ଣ୍ଣ ପରଜଙ୍ଗ ବଜାର ବନ୍ଦ ରହିଛି। ଏ ନେଇ ଆନ୍ଦୋଳନକାରୀ ମାନେ ଏକ ଦାବିପତ୍ର ପରଜଙ୍ଗ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ସରକାରଙ୍କୁ ପ୍ରଦାନ କରିଛନ୍ତି। ତେବେ ଟାଟା ପାଓ୍ବାର କୁ ନେଇ ସମଗ୍ର ରାଜ୍ୟରେ ଆନ୍ଦୋଳନ ତୀବ୍ରତର ହୋଇଥିବା ବେଳେ ପରଜଙ୍ଗରେ ମଧ୍ୟ ପ୍ରଭାବ ପଡିଛି। ତେବେ ସରକାର ଟାଟା ପାୱାର ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ସଂଘ ଚେତାବନୀ ଦେଇଛି। ଏହି ଆନ୍ଦୋଳନରେ ପରଜଙ୍ଗର ବିଭିନ୍ନ ଅନୁଷ୍ଠାନ ଓ କ୍ଲବର ସଦସ୍ୟ ମାନେ ସାମିଲ ରହିଥିଲେ। ତେବେ ସୁରକ୍ଷାକୁ ଆଖି ଆଗରେ ଦେଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme