Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆ ସରକାରରେ ଭିଜିଲାନ୍ସ ଆକ୍ଟିଭ୍: ୩୧୮ ଦୁର୍ନୀତି ମାମଲା, କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ

Posted on December 1, 2025

ଭୁବନେଶ୍ୱର: ନୂଆ ସରକାର ଗଠନ ପରେ ରାଜ୍ୟରେ ଭିଜିଲାନ୍ସ ବିଭାଗ ଅଧିକ ସକ୍ରିୟ ହୋଇଛି। ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଉପରେ ଗୃହରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆ ସରକାର ଆସିବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୧୮ଟି ଦୁର୍ନୀତି ମାମଲା ରୁଜୁ କରାଯାଇଛି।
ଏହି ମାମଲାଗୁଡ଼ିକ ମଧ୍ୟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୮୨ ଜଣ ସରକାରୀ ଅଧିକାରୀଙ୍କ ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ସେମାନଙ୍କର ୨୦୮ କୋଟି ୨୪ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ ହୋଇଛି।
କେବଳ ସେତିକି ନୁହେଁ, ଏହି ସମୟ ମଧ୍ୟରେ ଭିଜିଲାନ୍ସ ବିଭାଗ ମୋଟ ୨୬୬ ଜଣ ସରକାରୀ ଅଧିକାରୀ, ୧୨ ଜଣ ଲୋକସେବକ ଏବଂ ୩୮ ଜଣ ସାଧାରଣ ଲୋକଙ୍କୁ ଗିରଫ କରିଛି। ଦୁର୍ନୀତି ବିରୋଧରେ ସରକାରଙ୍କ କଠୋର ଆଭିମୁଖ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme