Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆ ବସ୍ତ୍ର ପିନ୍ଧି ପଢୁଆଁ ହେଲେ ଘରର ପ୍ରଥମ ସନ୍ତାନ

Posted on November 12, 2025

ଆଜି ପ୍ରଥମାଷ୍ଟମୀ । ଘରର ବଡ଼ ମାନେ ନୂଆ ବସ୍ତ୍ର ପିନ୍ଧିବା ପରମ୍ପରା ରହିଛି । ଏହି ଅବସରରେ ଘରେ ଘରେ ପିଠାପଣା ହୋଇଛି। ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା ବି କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି, ପ୍ରଥମାଷ୍ଟମୀରେ ହେଉଥିବା ଏଣ୍ଡୁରୀ ପିଠା ହଳଦୀପତ୍ରରେ କରାଯାଏ । ଆଜି ପ୍ରଥମାଷ୍ଟମୀରେ ପଢୁଆଁ ହେବେ ବଡଠାକୁର ।

ଏଥିପାଇଁ ନିଆଳି ମାଧବାନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ପୁଣ୍ୟତୋୟା ପ୍ରାଚୀ ତଟରୁ ଶ୍ରୀକ୍ଷେତ୍ର ଆସିଛି ପଢୁଆଁ ଭାର । ଭଣଜାଙ୍କ ପାଇଁ ନୂଆବସ୍ତ୍ର ଓ ଫଳମୂଳ ପଠାଇଛନ୍ତି ନିଆଳିର ମାଧବାନନ୍ଦ ଜୀଉ । ମାମୁ ପଠାଇଥିବା ବସ୍ତ୍ର ପିନ୍ଧି ପଢୁଆଁ ହେବେ ବଡ଼ଠାକୁର । ଶ୍ରୀଜୀଉଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଘିଅ, ପାନ, ଗୁଆ, କର୍ପୂର, ଅଗୁର ଓ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ନେଇ ପୁରୀ ଅଭିମୁଖେ ଯାଇଛନ୍ତି ୨୦ ଜଣ ବେହେରା ସେବକ। ୭ ବର୍ଷ ହେଲା ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିର ଯାଉଛି ପଢୁଆଁ ଭାର ।

ବଡ଼ କଥା ହେଉଛି ପୋରୁହାଁ ପିଲାମାନଙ୍କୁ ଏହି ପର୍ବ ପାଇଁ ମାମୁଘରୁ ନୂଆ ପୋଷାକ ମିଳିଥାଏ । ମାମୁଘରେ ଭଣଜା ପୁଅଠୁ ବି ଅଧିକ ବୋଲି ବିବେଚନା କରାଯାଉଥିବାରୁ ମାମୁଘରୁ ନୂଆ ପୋଷାକ ମିଳିବା ପ୍ରଥା ଚଳିଆସୁଛି । ଏହି ଅବସରରେ ବଡ଼ସନ୍ତାନମାନଙ୍କୁ ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା କରାଯାଇଥାଏ । ହଳଦୀପତ୍ର ପିଠା ଓ ଖିରି ଷଠୀଦେବୀଙ୍କୁ ଲାଗି କରାଯାଏ । ତେଣୁ ରାତିରୁ ଘରେ ଘରେ ବିରି ବଟାରୁ ଆରମ୍ଭ କରି ନଡ଼ିଆ, ମୁଗ, ବିରି, ଗୁଡ଼ ମିଶ୍ରିତ ପୁର ପ୍ରସ୍ତୁତି ଚାଲିଛି ।

ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଗୋଟିଏ ସ୍ଥାନକୁ ଲିପାପୋଛା କରି, ସେଠାରେ ଅରୁଆଚାଉଳ ବଟା ପିଠଉରେ କୋଠି କଟାଯାଏ । ସେଠାରେ ଗୋଟିଏ ପିଢ଼ା ରଖି ତା’ ଉପରେ ଚିତା ପକାଯାଏ ଏବଂ ଜ୍ୟେଷ୍ଠ ସନ୍ତାନ ତା’ ଉପରେ ବସନ୍ତି। ଏହି ଜ୍ୟେଷ୍ଠ ସନ୍ତାନର ବିଚାରରେ, ପୁତ୍ର ବା କନ୍ୟା ମଧ୍ୟରେ ପାର୍ଥକ୍ୟ ନଥାଏ । ଜ୍ୟେଷ୍ଠ ସନ୍ତାନ ପୁତ୍ର ହୋଇଥିଲେ ପିଢ଼ା ଉପରେ ପତାକା ଚିତା ଏବଂ କନ୍ୟା ହୋଇଥିଲେ ପଦ୍ମଚିତା ପକାଯାଏ । ତା’ ଉପରେ ବସି ପୁତ୍ର ବା କନ୍ୟା ବନ୍ଦାପନା ହୁଅନ୍ତି । ଏହି ଉପଲକ୍ଷେ ଘରେ ଏଣ୍ଡୁରି ପିଠା ଓ ଖିରିସା ଆଦି ପ୍ରସ୍ତୁତ କରାଯାଇ ଷଷ୍ଠୀଦେବୀଙ୍କୁ ସମର୍ପଣ କରାଯାଏ ଏବଂ ଜ୍ୟେଷ୍ଠ ସନ୍ତାନକୁ ଖାଇବାକୁ ଦିଆଯାଏ । ଘରର ଅନ୍ୟ ସମସ୍ତେ ମଧ୍ୟ ଏହାକୁ ଖାଆନ୍ତି। ଏଣ୍ଡୁରିପିଠା ପାଇଁ ଯେଉଁ ସ୍ୱତନ୍ତ୍ର ଅଥାର ହାଣ୍ଡି ପ୍ରସ୍ତୁତ କରାଯାଇଥାଏ, ସାତଦିନ ଧରି ତାହା ରହେ ଏବଂ ତହିଁରେ ପିଠା ପ୍ରସ୍ତୁତ ହୁଏ। ସପ୍ତମ ଦିନ ଏହି ଅଥାର ହାଣ୍ଡି ଭଙ୍ଗାଯାଏ ।

ଏହି ପ୍ରଥମାଷ୍ଟମୀ ପରମ୍ପରାକୁ ନେଇ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସଂସ୍କୃତି ଗଢ଼ି ଉଠିଛି । ସାଧାରଣତଃ ମାମୁଘର ପକ୍ଷରୁ ପ୍ରଥମାଷ୍ଟମୀ ଦିନ ବଡ଼ ଭଣଜା ବା ବଡ଼ ଭାଣିଜୀକୁ ଶ୍ରଦ୍ଧାର ସହ ପୋରୁହାଁ କରାଯାଇଥାଏ । ଏହାକୁ ନେଇ ସୃଷ୍ଟି ହୋଇଛି ‘ଅଷ୍ଟମୀ ବନ୍ଧୁ’ ସଂସ୍କୃତି । ଏକ ଉଲ୍ଲେଖନୀୟ ବିଷୟ ହେଉଛି, ଏ ସଂସ୍କୃତି କେବଳ ଜନସମାଜ ମଧ୍ୟରେ ସୀମିତ ରହିନାହିଁ; ଏହିଦିନ ଓଡ଼ିଶାର ପ୍ରମୁଖ ଦେବଦେବୀ ମଧ୍ୟ ‘ପୋରୁହାଁ’ ହେବାର ବିଧି ଅଛି । ଶ୍ରୀମନ୍ଦିରରେ ଏହିଦିନ ବଡ଼ଠାକୁର ବଳଭଦ୍ର ଏବଂ ଅନ୍ୟ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ଶ୍ରୀଲିଙ୍ଗରାଜ ମଧ୍ୟ ଏହିଦିନ ପୋରୁହାଁ ହେବାକୁ ମିତ୍ରେଶ୍ୱର ବରୁଣେଶ୍ୱର ମନ୍ଦିରକୁ ଯାଇଥାଆନ୍ତି। ଜ୍ୟେଷ୍ଠା କନ୍ୟା ଭାବରେ ‘ଭାର୍ଗବୀ’ ବା ମହାଲକ୍ଷ୍ମୀ ମଧ୍ୟ ଏହିଦିନ ପୋରୁହାଁ ହୁଅନ୍ତି ଏବଂ ଏହାପରର ଗୁରୁବାରରେ ମାଣ ବସାଯାଇ ତାଙ୍କର ପୂଜା କରାଯାଇ ଥାଏ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme