Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆବର୍ଷରେ ନୂଆ କଷ୍ଟ, ୪ ଚକିଆ ଥୋଇଲେ ଦେବାକୁ ପଡ଼ିବ ୫୦୦ ଟଙ୍କା

Posted on January 8, 2026

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତ ନିବାସଗୁଡ଼ିକରେ ୪ ଚକିଆ ଯାନ ରଖିଲେ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଫି ଦେବାକୁ ପଡ଼ିବ । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ନିର୍ଦ୍ଦେଶନାମା ବାହାରିବା ପରେ ଏହାକୁ ନେଇ ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ମଙ୍ଗଳବାର ଏନେଇ ନିର୍ଦ୍ଦେଶନାମା ବାହାରିଥିବା ବେଳେ ଗୁରୁବାର ଠାରୁ ଲାଗୁ ହୋଇଛି । ନୂଆବର୍ଷ ଆରମ୍ଭରେ ଯାତ୍ରୀଙ୍କୁ ଏହି ନୂଆ କଷ୍ଟ ଦେଇଛି ପ୍ରଶାସନ ।

ଶ୍ରୀମନ୍ଦିର ଅନତି ଦୂରରେ ବଡ଼ଦାଣ୍ଡ ପାଶ୍ୱର୍ରେ ନୀଳାଚଳ ଭକ୍ତ ନିବାସ, ନୀଳାଦ୍ରି ଭକ୍ତ ନିବାସ, ପୁରୁଷୋତ୍ତମ ଭକ୍ତ ନିବାସ, ଶ୍ରୀଗୁଣ୍ଡିଚା ଭକ୍ତ ନିବାସ ରହିଛି । ଏଠାରେ ଯାତ୍ରୀଙ୍କ ରହଣି ଶୁଳ ଖୁବ୍ ଅଧିକ ହୋଇଥିବା ବେଳେ ଏବେ ଏଠାରେ ୪ ଚକିଆ ଯାନ ନିମନ୍ତେ ଅହେତୁକ ପାର୍କିଂ ଫି ଦେବାକୁ ପଡ଼ିବ । ଯାହା ଅସନ୍ତୋଷର କାରଣ ହୋଇଛି । ସାଧାରଣତଃ ୨୪ ଘଣ୍ଟା ଗାଡ଼ି ପାର୍କିଂ ନିମନ୍ତେ ୫୦ରୁ ୧୦୦ ଟଙ୍କା ଭିତରେ ଆଦାୟ ହୋଇଥାଏ । ହେଲେ ଏହି ପରିମାଣକୁ ୫୦୦ ଟଙ୍କା କରାଯିବା ଯାତ୍ରୀଙ୍କ ଚିନ୍ତା ବଢ଼ାଇଛି । ସେପଟେ ଯାତ୍ରୀମାନେ ଭକ୍ତ ନିବାସରେ ରହଣି ନିମନ୍ତେ ଅଧିକ ଶୁଳ୍କ ଦେଉଥିବା ବେଳେ ଏହାବାଦ୍ ପାର୍କିଂ ନିମନ୍ତେ ଶୁଳ୍କ ଦେବାକୁ ପଡ଼ୁଥିବା ଜାଣିବା ପରେ ଏହା ଅସନ୍ତୋଷ ସୃଷ୍ଟି କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme