Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆବର୍ଷରେ ନୂଆ କଷ୍ଟ, ୪ ଚକିଆ ଥୋଇଲେ ଦେବାକୁ ପଡ଼ିବ ୫୦୦ ଟଙ୍କା

Posted on January 8, 2026

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତ ନିବାସଗୁଡ଼ିକରେ ୪ ଚକିଆ ଯାନ ରଖିଲେ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଫି ଦେବାକୁ ପଡ଼ିବ । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ନିର୍ଦ୍ଦେଶନାମା ବାହାରିବା ପରେ ଏହାକୁ ନେଇ ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ମଙ୍ଗଳବାର ଏନେଇ ନିର୍ଦ୍ଦେଶନାମା ବାହାରିଥିବା ବେଳେ ଗୁରୁବାର ଠାରୁ ଲାଗୁ ହୋଇଛି । ନୂଆବର୍ଷ ଆରମ୍ଭରେ ଯାତ୍ରୀଙ୍କୁ ଏହି ନୂଆ କଷ୍ଟ ଦେଇଛି ପ୍ରଶାସନ ।

ଶ୍ରୀମନ୍ଦିର ଅନତି ଦୂରରେ ବଡ଼ଦାଣ୍ଡ ପାଶ୍ୱର୍ରେ ନୀଳାଚଳ ଭକ୍ତ ନିବାସ, ନୀଳାଦ୍ରି ଭକ୍ତ ନିବାସ, ପୁରୁଷୋତ୍ତମ ଭକ୍ତ ନିବାସ, ଶ୍ରୀଗୁଣ୍ଡିଚା ଭକ୍ତ ନିବାସ ରହିଛି । ଏଠାରେ ଯାତ୍ରୀଙ୍କ ରହଣି ଶୁଳ ଖୁବ୍ ଅଧିକ ହୋଇଥିବା ବେଳେ ଏବେ ଏଠାରେ ୪ ଚକିଆ ଯାନ ନିମନ୍ତେ ଅହେତୁକ ପାର୍କିଂ ଫି ଦେବାକୁ ପଡ଼ିବ । ଯାହା ଅସନ୍ତୋଷର କାରଣ ହୋଇଛି । ସାଧାରଣତଃ ୨୪ ଘଣ୍ଟା ଗାଡ଼ି ପାର୍କିଂ ନିମନ୍ତେ ୫୦ରୁ ୧୦୦ ଟଙ୍କା ଭିତରେ ଆଦାୟ ହୋଇଥାଏ । ହେଲେ ଏହି ପରିମାଣକୁ ୫୦୦ ଟଙ୍କା କରାଯିବା ଯାତ୍ରୀଙ୍କ ଚିନ୍ତା ବଢ଼ାଇଛି । ସେପଟେ ଯାତ୍ରୀମାନେ ଭକ୍ତ ନିବାସରେ ରହଣି ନିମନ୍ତେ ଅଧିକ ଶୁଳ୍କ ଦେଉଥିବା ବେଳେ ଏହାବାଦ୍ ପାର୍କିଂ ନିମନ୍ତେ ଶୁଳ୍କ ଦେବାକୁ ପଡ଼ୁଥିବା ଜାଣିବା ପରେ ଏହା ଅସନ୍ତୋଷ ସୃଷ୍ଟି କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme