Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆବର୍ଷରେ ଧୂମ୍ ବେପାର, ଦିନକରେ ପୂରା ହୋଇଗଲା ମାସକର କୋଟା

Posted on January 2, 2026

ଜିରୋ ନାଇଟ୍ ରେ ଜମିଲା ସେଲିବ୍ରେସନ୍। ନୂଆବର୍ଷରେ ଧୂମ୍ ବେପାର। ଦିନକରେ ପୂରା ହୋଇଗଲା ମାସକର କୋଟା। ବଢିଲା ଅନଲାଇନ୍ ଖାଦ୍ୟ ଅର୍ଡର। ମିନିଟ୍‌ କୁ ଦୁଇ ଲକ୍ଷ ପିଜାକୁ ୧୩୩୬ ବିରିୟାନି। ସ୍ଵିଗି ରପୋର୍ଟରୁ ଖୁଲାସା।

ବଡ଼ ସିଟିରେ ଶୀଘ୍ର ଆରମ୍ଭ ହୋଇଥିଲା ପାର୍ଟି। ଡିସେମ୍ଵର ୩୧ ସନ୍ଧ୍ୟାରୁ ଖାଦ୍ୟ ଅର୍ଡର। ଏହି ଦିନ ପ୍ରତି ମିନିଟରେ ହୋଇଥିଲା ଦୁଇ ଲକ୍ଷ ପିଜା ଏବଂ ୧୩୩୬ ବିରିୟାନୀ ଅର୍ଡର। ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରେଣ୍ଡ୍ରେ ଥିଲା କେକ୍, ପିଜା ଓ ବିରିଆନି। ଦେଶର ସବୁଠୁ ଫେଭରେଟ୍ ପାର୍ଟି ଫୁଡ୍ ଭାବେ ଆଗରେ ବିରିୟାନି। ଭୁବନେଶ୍ୱରରେ ୧୬ କିଲୋ ବିରିୟାନି ଅର୍ଡର କଲେ ଜଣେ ଗ୍ରାହକ। ପାଟନା, ସୁରଟ, ଭଦୋଦରା, ନାଗପୁର, ଜୟପୁର, ପୁନେ ଏବଂ ଇନ୍ଦୋର ଭଳି ସହରରେ ସଂଧ୍ୟାରୁ ଲୋକେ ଖାଦ୍ୟ ଅର୍ଡର କରିଥିଲେ । ସନ୍ଧ୍ୟା ୭ଟା ପୂର୍ବରୁ ୨ଲକ୍ଷ ୧୮ ହଜାର ବିରିୟାନି ଅର୍ଡର କରିଥିଲେ ଲୋକେ । ସେହିପରି ସାଢେ ୮ଟା ବେଳକୁ ଡେଲିଭରି ହୋଇଥିଲା ୨.୧୮ ଲକ୍ଷ ପିଜା ଏବଂ ୨.୧୬ ଲକ୍ଷ ବର୍ଗର । ବାଙ୍ଗାଲୋରର ଜଣେ ଗ୍ରାହକ କରିଥିଲେ ସର୍ବାଧିକ ୧୦୦ ବର୍ଗର ଅର୍ଡର। ସେହିପରି ଗୁରୁଗ୍ରାମରେ ୧୮ ବକ୍ସ ବ୍ରାଉନିଂ ଓ ପ୍ଲମକେକ୍, ନାଗପୁରରେ ଜଣେ ଗ୍ରାହକଙ୍କ ୯୨ ଅର୍ଡର ଦେଇଥିଲେ। ଗୋଆରେ ଜଣେ ଗ୍ରାହକ ୩୯ ଅର୍ଡର ଦେଇଥିଲେ। ସୁରଟରେ ଜଣେ ୟୁଜର ୨୨ ବର୍ଗର କିଣିଥିଲେ। ନୂଆବର୍ଷ ରାତିରେ ଡେଜର୍ଟ ବର୍ଗରେ ରସମଲାଇ, ଗାଜର ହାଲୱା, ଗୋଲାପଜାମୁନ ଟ୍ରେଣ୍ଡରେ ଥିଲା ।

ସ୍ୱିଗି ଡାଉନଆଉଟ ବୁକିଂରେ ବେଙ୍ଗାଲୁରୁ ଓ ହାଇଦ୍ରାବାଦ କରିଥିଲେ ଟପ୍ । ସେହିଭଳି ଅହମ୍ମଦାବାଦରେ ୧.୬ ଗୁଣ, ଲକ୍ଷ୍ନୌରେ ୧.୩ ଗୁଣ, ଜୟପୁରରେ ୧.୨ ଗୁଣ ଅର୍ଡର ବୃଦ୍ଧି ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme