
ନୂଆବର୍ଷରେ ଅଫିସକୁ ଉପହାର ଆଣିବା ମନା। ଫୁଲତୋଡ଼ା, ମିଠା ସହ ଉପହାର ଆଣିବାକୁ ବାରଣ। ମାର୍ଗଦର୍ଶିକା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ। ‘ଧରିତ୍ରୀ ମା’ଙ୍କ ପାଇଁ ପ୍ରତିଜ୍ଞା’ରେ ସାମିଲ ହେବାକୁ ଆହ୍ବାନ। ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ଵାନ ଦେଲେ ଜିଲ୍ଲାପାଳ। ସେହିପରି ଦିନକ ପାଇଁ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ବି ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି। ପରିବେଶ ପ୍ରଦୂଷଣକୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି।
