
ନୂଆପଡ଼ା ଉପନିର୍ବାଚନକୁ ନଜରରେ ରଖି ବିଜେଡି ତିବ୍ର ଗତିରେ କାମ ଆରମ୍ଭ କରିଛି। ପାର୍ଟି ସଭାପତି ନବୀନ ପଟ୍ଟନାୟକ ନିଜେ ବିଭିନ୍ନ ବ୍ଲକ ଓ ଏନଏସି ପାଇଁ ଦାୟିତ୍ୱ ବଣ୍ଟନ କରିଛନ୍ତି।
ନୂଆପଡ଼ା ବ୍ଲକ ପାଇଁ ୧୮ ଜଣ ନେତାଙ୍କୁ ଓ ନୂଆପଡ଼ା ଏନଏସି ପାଇଁ ୮ ଜଣ ନେତାଙ୍କୁ ଦାୟିତ୍ୱ ମିଳିଛି। ସେପରି କୋମନା ବ୍ଲକ ପାଇଁ ୧୮ ଓ ଖରିଆର ରୋଡ୍ ଏନଏସି ପାଇଁ ୮ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି।
ନୂଆପଡ଼ା ବ୍ଲକର ଦାୟିତ୍ୱ ମିଳିଥିବା ମୁଖ୍ୟ ନେତାମାନଙ୍କ ମଧ୍ୟରେ ନିରଞ୍ଜନ ପୂଜାରୀ, ସଂଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା ଓ ପ୍ରୀତିରଂଜନ ଘଡ଼େଇ ଆଦି ଅଛନ୍ତି। କୋମନା ବ୍ଲକ ପାଇଁ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ପୁଷ୍ପେନ୍ଦ୍ର ସିଂହଦେଓ ଓ ରବି ନନ୍ଦ ଆଦି ନେତାଙ୍କୁ ଦାୟିତ୍ୱ ମିଳିଛି।
ଏହାସହ ନୂଆପଡ଼ା ଏନଏସି ପାଇଁ ଅତନୁ ସବ୍ୟସାଚୀ ନାୟକ, ସାରଦା ନାୟକ ଓ ଦେବେଶ ଆଚାର୍ଯ୍ୟ ଭଳି ନେତାମାନେ ଦାୟିତ୍ୱ ନେଇଛନ୍ତି। ଖରିଆର ରୋଡ୍ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ ପଣ୍ଡା ଓ କଳିକେଶ ସିଂହଦେଓ ଆଦି ନେତାଙ୍କୁ ଦାୟିତ୍ୱ ଦିଆଯାଇଛି।
ବିଜେଡି ଶିବିରରେ ଏହି ଦାୟିତ୍ୱ ବଣ୍ଟନ ପରେ ଉପନିର୍ବାଚନ ନେଇ ଉତ୍ସାହ ଦେଖାଯାଉଛି।

