
ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ — ଆଜି ଓ କାଲି । ଏହିକାରଣରୁ ନୂଆପଡ଼ା ଉଠୁଛି ଓ ପଡ଼ୁଛି ପ୍ରଚାର ଜ୍ୱରରେ । ସବୁ ପ୍ରାର୍ଥୀ ଜୋରଦାର କ୍ୟାମ୍ପେନିଂରେ ବ୍ୟସ୍ତ ଅଛନ୍ତି । ଦଳୀୟ ପ୍ରାର୍ଥୀମାନେ ପାଟ ପଟୁଆର ନେଇ ସଭା-ସମିତି ଓ ରୋଡ୍ ଶୋ କରି ଭୋଟ ମାଗୁଛନ୍ତି । ଘରେ ଘରେ ବୁଲି ଭୋଟରଙ୍କୁ ମତାଉଛନ୍ତି ଓ ନାନା ପ୍ରତିଶ୍ରୁତି ଦେଉଛନ୍ତି ।
ବିଶେଷ କରି ତିନି ପ୍ରମୁଖ ଦଳ, କଂଗ୍ରେସ, ବିଜେଡି ଓ ବିଜେପି ପକ୍ଷରୁ ପ୍ରଚାରକୁ ନେଇ ଜୋରଦାର ଉଦ୍ୟମ ହେଉଛି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିଥିଲେ । ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ପଛରେ ପଡ଼ି ନାହାଁନ୍ତି , ସେମାନେ ମଧ୍ୟ ପ୍ରଚାରରେ ମାତିଛନ୍ତି ।
ଆସନ୍ତାକାଲି ସଂଧ୍ୟାରେ ସରିବ ପ୍ରଚାର ଅଭିଯାନ । ତାହା ପରେ ୧୧ ତାରିଖ ମଙ୍ଗଳବାର ଦିନ ହେବ ନୂଆପଡ଼ାରେ ଭୋଟିଂ
