Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୀତି ବହୁଳ ଦିନରେ ଶ୍ରୀବିଗ୍ରହଙ୍କ ଦିବା ପହୁଡ଼

Posted on October 15, 2025

କାର୍ତ୍ତିକ ମାସର ନୀତି ବହୁଳ ଦିନରେ ମଧ୍ୟ ମହାପ୍ରଭୁଙ୍କ ଦିବାପହୁଡ଼ ସମ୍ଭବ ହୋଇଛି । ମଙ୍ଗଳବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା । ଅପରାହ୍‌ଣ ସାଢ଼େ ୪ଟାରେ ଶ୍ରୀବିଗ୍ରହଙ୍କ ଦିବାପହୁଡ଼ ହୋଇଥିଲା । ପ୍ରାୟ ୨ ଘଣ୍ଟା ଠାକୁରଙ୍କ ଦର୍ଶନ ପାଇ ନଥିଲେ ଭକ୍ତ । ଏଥିସହ ବଡ଼ଦେଉଳ ନୀତି ପ୍ରକାରେ ମାଧବ ଦେବ ମହାଲକ୍ଷ୍ମୀଙ୍କ ଠାରୁ ମୁକ୍ତି ପାଇ ରତ୍ନସିଂହାସନରେ ବିଜେ ହୋଇଥିଲେ। 

ମଙ୍ଗଳବାର ଭୋର ୪ଟା ୪୦ରେ ଶ୍ରୀମନ୍ଦିର ଦ୍ୱାର ଫିଟିଥିଲା । ମଙ୍ଗଳାଳତି ପ୍ରାତଃ ୫ଟା ୨୦ରେ ସରିଥିଲା । ଅବକାଶ ପୂଜା ସରିଥିଲା ୭ଟା ୧୦ରେ । ଠାକୁରଙ୍କ ରାଧାଦାମୋଦର ବେଶ ୭ଟା ୨ରେ ଆରମ୍ଭ ହୋଇ ୮ଟା ୧୫ରେ ସମ୍ପନ୍ନ ହେଲା । ଗୋପାଳବଲ୍ଲଭ ୯ଟା ୧୦ରେ ଓ ସକାଳ ଧୂପ ସରିଲା ପୂର୍ବାହ୍ଣ ୧୦ଟା ୨୦ରେ । ୧୧ଟା ୪୫ରେ ବାଳ ଧୂପ ଓ ଭୋଗମଣ୍ଡପ ଅପରାହ୍ଣ ୧ଟା ୧୦ରେ ସରିଥିଲା । ଅନ୍ୟାନ୍ୟ ନୀତି ପରେ ୨ୟ ଭୋଗମଣ୍ଡପ ଅପରାହ୍ଣ ୩ଟା୫୦ରେ ସରି ମଇଲମ ଓ ବେଶ ବଢ଼ି ଠାକୁରଙ୍କ ଦିବାପହୁଡ଼ ନୀତି ସାଢ଼େ ୪ଟାରେ ହୋଇଥିଲା । କାର୍ତ୍ତିକ ମାସରେ ଠାକୁରଙ୍କ ନୀତି ସଅଳ ହୋଇଥାଏ । ଏଣୁ ଠାକୁରଙ୍କ ବିଶ୍ରାମ ପାଇଁ ଦିବା ପହୁଡ଼ ହୁଏ । ଏଥିସହ ସକାଳେ ମାଧବଙ୍କ ବାହୁଡ଼ା ନୀତି ସମ୍ପନ୍ନ ହୋଇଥିଲା । ଗତ ୭ ତାରିଖରେ କୁମାରପୂର୍ଣ୍ଣମୀ ଅବସରରେ ଦେବ ଦମ୍ପତିଙ୍କ ମଧ୍ୟରେ ପାରମ୍ପରିକ ଦ୍ୟୂତ କ୍ରୀଡ଼ା ହୋଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁ ପାରମ୍ପରିକ କ୍ରୀଡ଼ା ଶକଟା, ପଶା ଓ କଉଡ଼ି ଖେଳରେ ମା’ଲକ୍ଷ୍ମୀ ଠାକୁରାଣୀଙ୍କଠାରୁ ହାରିଥିଲେ । ସର୍ତ୍ତ ମୁତାବକ ଶ୍ରୀମାଧବ ଠାକୁରାଣୀଙ୍କ ନିକଟରେ ବନ୍ଧକ ରହିଥିଲେ । ସେହିଦିନରୁ ରତ୍ନସିଂହାସନରେ ବିରାଜିତ ଠାକୁରଙ୍କ ସ୍ୱରୂପ ମାଧବ ୭ ଦିନ ପର୍ଯ୍ୟନ୍ତ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ ବନ୍ଧକ ରହିଥିଲେ । ବଡ଼ଦେଉଳ ପରମ୍ପରା ମୁତାବକ ରତ୍ନସିଂହାସନକୁ ଶ୍ରୀମାଧବ ବାହୁଡ଼ିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme