Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ବସ୍, ଚାଲିଗଲା ୧୫ ଜୀବନ

Posted on December 22, 2025

 ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଅନିୟନ୍ତ୍ରିତ ବସ୍ ଓଲଟି ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।  ଇଣ୍ଡୋନେସିଆର ମୁଖ୍ୟ ଜାଭା ଦ୍ୱୀପରେ ରବିବାର ବିଳମ୍ୱିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ଅଧିକାରୀଙ୍କ ଅନୁଯାୟୀ, ବସ୍‌ଟି ହଠାତ୍ ଏକ ଟୋଲ୍ ରାସ୍ତାରେ ନିୟନ୍ତ୍ରଣ ହରାଇବାରୁ ଏକ କଂକ୍ରିଟ୍ ବାରିୟରରେ ଧକ୍କା ଦେଇ ଓଲଟି ପଡ଼ିଥିଲା । କହିରଖୁଛୁ ଯେ, ଏହି ବସ୍‌ଟି ରାଜଧାନୀ ଜାକର୍ତାରୁ ଦେଶର ପ୍ରାଚୀନ ରାଜକୀୟ ନଗରୀ ଯୋଗ୍ୟାକାର୍ତାକୁ ଯାଉଥିବା ବେଳେ ଏହା ଓଲଟି ପଡ଼ିଥିଲା ।   

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସି ମୁଖ୍ୟ ବୁଡିଓନୋ କହିଛନ୍ତି, ବସ୍‌ଟି ୩୪ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା । ଏକ ଟୋଲ୍ ରାସ୍ତାରେ ଅତିକ୍ରମ କରୁଥିବା ସମୟରେ, ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ କଂକ୍ରିଟ୍ ବାରିୟରରେ ପିଟି ହୋଇଗଲେ । ଧକ୍କା ଏତେ ଜୋର୍‌ରେ ଥିଲା ଯେ ବସ୍‌ଟି ରାସ୍ତା କଡ଼ରେ ଓଲଟି ପଡ଼ିଥିଲା । ଅଧିକାରୀଙ୍କ ଅନୁଯାୟୀ, ଦୁର୍ଘଟଣା ବେଳେ ବସ୍‌ରୁ ଅନେକ ଯାତ୍ରୀ ଛିଟିକି ପଡ଼ିଥିଲେ, ଓ କିଛି ବସ୍ ଭିତରେ ଫସି ରହିଥିଲେ । ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସତର୍କ କରାଯିବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ବୁଡିଓନୋ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଏକ ଚ୍ୟାଲେଞ୍ଜିଂ ଥିଲା । କାରଣ ବସ୍‌ଟି ବହୁତ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ବସ୍‌ ଝରକା ଭାଙ୍ଗି ଯାଇଥିବାରୁ ଭିତରେ ଫସି ରହିଥିବା ଲୋକଙ୍କ ପାଖରେ ପହଞ୍ଚିବା କଷ୍ଟକର ଥିଲା । ତଥାପି, ବହୁତ ଚେଷ୍ଟା ପରେ ଉଦ୍ଧାରକାରୀଦଳ ସମସ୍ତ ପୀଡ଼ିତଙ୍କୁ ବାହାର କରିବାରେ ସଫଳ ହୋଇଥିଲେ ଏବଂ ପରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଦ୍ରୁତ ଗତି ଏହି ଦୁର୍ଘଟଣା ପଛରେ କାରଣ ବୋଲି କୁହାଯାଉଛି । ତଦନ୍ତ ପରେ ଦୁର୍ଘଟଣାର ସଠିକ୍ କାରଣ ନିର୍ଣ୍ଣୟ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme