Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନିଲମ୍ବନ ପଛର ଅସଲ ଗୁମର: ବିଜେପିକୁ ବାଟ ସୁଗମ କରୁଛି କି ବିଜେଡି?

Posted on January 18, 2026

୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ଦୀର୍ଘ ଦିନ ଧରି ନୀରବ ରହିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ହଠାତ୍ କ୍ରିୟାଶୀଳ ହେବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ଦଳୀୟ ଶୃଙ୍ଖଳା ରକ୍ଷା ନାଁରେ ଦୁଇଜଣ ବିଧାୟକଙ୍କୁ ବହିଷ୍କାର କରିବା ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ପଛରେ କି ରହସ୍ୟ ରହିଛି, ତାକୁ ନେଇ ସବୁଆଡ଼େ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେତେବେଳେ ବିରୋଧୀ ଦଳ ପାଇଁ ନିଜ ସଂଖ୍ୟାବଳ ବଜାୟ ରଖିବା ଜରୁରୀ, ସେହି ସମୟରେ ନିଜ ବିଧାୟକଙ୍କୁ ବିଦା କରି ନବୀନ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ତାହାକୁ ନେଇ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଅଙ୍କ କଷୁଛନ୍ତି।
ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ବିଜେଡିର ଏହି ଅକସ୍ମାତ କାର୍ଯ୍ୟାନୁଷ୍ଠାନ ପଛରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହାତ ରହିଛି। ନବୀନ ନିବାସରେ ରହି ଦଳୀୟ ବ୍ୟାପାର ପରିଚାଳନା କରୁଥିବା ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଇଙ୍ଗିତରେ ଏସବୁ ଘଟୁଥିବା କୁହାଯାଉଛି। ଏହି ଗୋଷ୍ଠୀ ଏବେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ନିକଟରେ ନିଜର ପ୍ରଭାବ ଦେଖାଇବା ପାଇଁ ଏଭଳି ହଟଚମଟ ସୃଷ୍ଟି କରୁଛନ୍ତି। ବିଶେଷ କରି ଆଗକୁ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ବିଜେପିକୁ ସୁହାଇଲା ଭଳି ପରିବେଶ ସୃଷ୍ଟି କରିବା ଏହି ରଣନୀତିର ଏକ ଅଂଶ ବୋଲି ସନ୍ଦେହ କରାଯାଉଛି। ପୂର୍ବରୁ ମଧ୍ୟ ବିଜେଡି ନିଜ ଆସନକୁ ବିଜେପି ହାତକୁ ଟେକି ଦେଇଥିବାର ନଜିର ରହିଛି।
ଅନ୍ୟପଟେ, ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ସିଧାସଳଖ ନେତୃତ୍ୱଙ୍କୁ ଚ୍ୟାଲେଞ୍ଜ କରି ତାଙ୍କର ଭୁଲ୍ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ବିଜେପି ନେତାମାନେ ଏହି ସମଗ୍ର ଘଟଣାବଳୀ ଉପରେ ଚୁପ୍ ରହିବା ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରୁଛି। ଦଳର କିଛି ଆଗଧାଡ଼ିର ଛାତ୍ର ନେତାଙ୍କ କହିବା ଅନୁଯାୟୀ, ଅନେକ ବିଜେଡି ନେତା ଜେଲ୍ ଯିବା ଭୟରେ କେନ୍ଦ୍ର ସରକାର କିମ୍ବା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମୁହଁ ଖୋଲୁନାହାନ୍ତି। ତେଣୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନାଁରେ ବିଜେପି ସହ ବୁଝାମଣା ଚାଲିଛି କି ନାହିଁ, ତାହା ଆଗାମୀ ରାଜ୍ୟସଭା ନିର୍ବାଚନ ସମୟରେ ସ୍ପଷ୍ଟ ହୋଇଯିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme