Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନିର୍ବାଚନ ପୂର୍ବରୁ ବାଂଲାଦେଶକୁ ବଡ଼ ଆଶ୍ୱସ୍ତି…

Posted on February 10, 2026

ନିର୍ବାଚନ ପୂର୍ବରୁ ବାଂଲାଦେଶକୁ ବଡ଼ ଆଶ୍ୱସ୍ତି । ସୋମବାର ଦିନ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଏକ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଆମେରିକା ବାଂଲାଦେଶ ଉପରୁ ୧୯% କୁ ଶୁଳ୍କ ହ୍ରାସ କରିଛି । ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଆମେରିକା ଏବେ ବାଂଲାଦେଶୀ ପ୍ରଡକ୍ଟ ଉପରେ ପାରସ୍ପରିକ ଶୁଳ୍କ ୨୦% ରୁ  ୧୯% କୁ ହ୍ରାସ କରିଛି । ଆମେରିକା ଓ ବାଂଲାଦେଶ ମଧ୍ୟରେ ହୋଇଥିବା ନୂଆ ବାଣିଜ୍ୟ ଚୁକ୍ତି ଅନୁଯାୟୀ, ଉଭୟ ଦେଶ ଶୁଳ୍କ ହ୍ରାସ କରିବା ଓ ନିବେଶ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି ।

ବାଂଲାଦେଶ ରାସାୟନିକ ପଦାର୍ଥ, ଚିକିତ୍ସା ଉପକରଣ, ଯନ୍ତ୍ରପାତି, ଯାନବାହାନ ଓ ଏହାର ପାର୍ଟ୍ସ, ଆଇସିଟି ଉପକରଣ, ଶକ୍ତି ଉତ୍ପାଦ, ସୋୟା, କ୍ଷୀର, ଗୋମାଂସ, କୁକୁଡ଼ା, ବାଦାମ ଓ ଫଳ ସମେତ ଆମେରିକୀୟ ଶିଳ୍ପ ଏବଂ କୃଷି ଉତ୍ପାଦଗୁଡ଼ିକୁ ସ୍ୱତନ୍ତ୍ର ରିହାତି ପ୍ରଦାନ କରିବ । ଅନ୍ୟପଟେ ଆମେରିକା, ବାଂଲାଦେଶରୁ ଆସୁଥିବା କିଛି ବୟନ ଓ ପୋଷାକ ଉତ୍ପାଦ ଉପରେ ଶୂନ୍ୟ ଶୁଳ୍କ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି ।

ବାଣିଜ୍ୟରେ ବାଧା ସୃଷ୍ଟି କରୁଥିବା ଅଣ-ଶୁଳ୍କ ପ୍ରତିବନ୍ଧକଗୁଡ଼ିକୁ ହଟାଇବାକୁ ମଧ୍ୟ ଦୁଇ ଦେଶ ସହମତ ହୋଇଛନ୍ତି । ଏହା ସହିତ, ବାଂଲାଦେଶ ଫ୍ରି ଟ୍ରାନ୍ସଫର ଅଫ୍ ଡାଟା, କଷ୍ଟମ୍ ପ୍ରକ୍ରିୟାର ଡିଜିଟାଲାଇଜେସନ୍, ବୀମା କ୍ଷେତ୍ରରେ ସଂସ୍କାର, ଶ୍ରମିକଙ୍କ ଅଧିକାର ସୁରକ୍ଷା, ବାଧ୍ୟତାମୂଳକ ଶ୍ରମରେ ତିଆରି ସାମଗ୍ରୀ ଉପରେ ରୋକ, ପରିବେଶ ସୁରକ୍ଷା ଓ ଦୁର୍ନୀତି ବିରୋଧୀ ଆଇନର କଠୋର ପ୍ରୟୋଗ ପାଇଁ ଆମେରିକା ପ୍ରତିଶ୍ରୁତି ଦେଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme