
ତାଳଚେର ଭୁବେନେଶ୍ବରୀ କୋଇଲା ଖଣିରେ ଥିବା ସାଇଲୋରେ ଡେରା ପଞ୍ଚାୟତ ବାସୀଙ୍କୁ ନିଯୁକ୍ତ ଦାବି ନେଇ ଆଜି ସାଇଲୋ ପରିସରରେ ଧାଣଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯାହାକୁ ନେଇ ସାଇଲୋରୁ ଟ୍ରେନ ଯୋଗେ କୋଇଲା ପରିବହନ ବନ୍ଦ ରହିଥିଲା। ଭୁବନେଶ୍ବରୀ କୋଇଲା ଖଣିର ୩ ଓ ୪ ନମ୍ବର କୋଇଲା ଲୋଡିଂ ସାଇଡିଂକୁ ବନ୍ଦ କରିବା ସହିତ ଆନ୍ଦୋଳନ କରିଥିଲେ।
ସୂଚନା ମୁତାବକ, ଡେରା ଗ୍ରାମଠାରୁ ମାତ୍ର କେଇ ଦୂରରେ ଏହି ସାଇଲୋଟି ଗଢ଼ି ଉଠିଥିବା ବେଳେ ଗ୍ରାମର ରହିଥିବା ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବି ନେଇ ବିଭିନ୍ନ ସମୟରେ ଟାଳଟୁଳ ନିତି ଅବଲମ୍ବନ କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଡେରା ଗ୍ରାମର ବେକାର ଯୁକଯୁବତୀଙ୍କୁ ନିଯୁକ୍ତି ନଦେଇ ବାହାର ପିଲାଙ୍କୁ ନିଯୁକ୍ତି ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ଏ ନେଇ ତାଳଚେର ପ୍ରଶାସନ ଏବଂ ଖଣି କର୍ତ୍ତୃପକ୍ଷଙ୍କକୁ ଅବଗତ କରାଇଥିଲେ ମଧ୍ୟ ଏଥି ପ୍ରତି କେହି କର୍ଣ୍ଣପାତ କରୁନଥିବାରୁ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଆଗାମୀ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ସାଇେଲୋ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଚେତାବନି ଦେଇଛନ୍ତି ଗ୍ରାମବାସୀ।
ତେବେ ସାଇଲୋରେ ପୂର୍ବରୁ ପ୍ରଶାସିନକ ଏବଂ ଖଣି କର୍ତ୍ତୃପକ୍ଷଙ୍କ ସହ ତାଳଚେର ବିଧାୟକ ଓ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ତ୍ରିପାଖିକ ଆଲୋଚନା ଏବେ ପାଣିର ଗାର ପାଲଟିଛି। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ତ୍ରିପାଖିକ ଆଲୋଚନାର ମିନିଟ୍ସରେ ସ୍ଥାନୀୟ ବେକାର ଯୁବକଯୁବତୀଙ୍କୁ ପ୍ରଥମେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପିତି ହୋଇଥିଲା। ତେବେ ଏହି ନିଷ୍ପତିକୁ କେହି ମାନୁନଥିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ।

