
ନିଦ ହଜାଉଛନ୍ତି ୮ଟିକିଆ ହାତୀପଲ। ଗତିବିଧି ଉପରେ ନଜର ରଖୁଛି ଡ୍ରୋନ। ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ବନାଞ୍ଚଳରେ ୮ଟିକିଆ ହାତୀପଲ ଘୁରି ବୁଲୁଛନ୍ତି । ଦିନ ଦ୍ବିପହରରେ ଧାନ କ୍ଷେତରେ ଡେରା ପକାଉଛନ୍ତି ହାତୀପଲ । ମୋଚିବାହାଲ -ସୋନପୁର ପୂର୍ତ୍ତ ରାସ୍ତାର ରେଙ୍ଗାଲି ନିକଟରେ ହାତୀପଲ ରାସ୍ତା ପାର ହୋଇ ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି।
ଗତକାଲି ଭାଗ ଭାଗ ହୋଇ ଉପଦ୍ରଵ କରୁଥିଲେ। ଆଜି ଏକାଠି ହାତୀପଲ ବିଭିନ୍ନ ଚାଷ ଜମିରେ ଘୁରି ବୁଲୁଛନ୍ତି। ବନବିଭାଗ ଅତ୍ୟାଧୁନିକ ଡ୍ରୋନ ସହାୟତାରେ ହାତୀପଲଙ୍କ ଗତିବିଧି ଉପରେ ନଜିର ରଖିଛି। ଏଥିସହ ଚାଷୀଙ୍କୁ ସଚେତନ କରୁଛି ବନ ବିଭାଗ। ସେପଟେ ହାତୀ ଘଉଡ଼ାଇବାରେ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀ ଦାବି କରିଛନ୍ତି। ସେହିପରି ବଡବାହାଳ ବନାଞ୍ଚଳ କାଙ୍କଣପଡା,ବଡକସିବାହାଲ,ସାନ ନହଆଁପଡା ଅଞ୍ଚଳରେ ମଧ୍ୟ ୩ଟିକିଆ ହାତୀପଲ ଚାଷୀଙ୍କୁ ନିଦ ହଜାଇ ସାରିଲାଣି।

