
ପ୍ରାକୃତିକ ନାଳ ଗତିପଥ ପରିବର୍ତ୍ତନ ସର୍ଭେ ବାହାନାରେ, ଉତ୍କଳ-ଇ କୋଇଲା ଖଣି ପାଇଁ ଚାଲିଛି ରାସ୍ତା ନିର୍ମାଣ କାମ। ଗ୍ରାମବାସୀ ବିରୋଧ ସହ କମ୍ପାନୀର କିଛି କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ରେ ସ୍ଥାନୀୟ ଗ୍ରାମବାସୀଙ୍କୁ ବାନ୍ଧିନେଲା ପୁଲିସ। ଏଭଳି ଏକ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ଅଧିନସ୍ଥ ଗୋପୀବଲ୍ଲଭପୁର ଗାଁରେ। ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକର ନାଣ୍ଡିଚୋଡ଼, ଗୋପୀବଲହବପୁର ଗାଁ ରେଥିବା ନାଲକୋ କମ୍ପାନୀର ଉତ୍କଳକୋଲବ୍ଲକ ଡି ଏବଂ ଇ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ପ୍ରଜାମାଙ୍କୁ ନିଯୁକ୍ତି ଓ ଥଇଥାନ ବ୍ୟବସ୍ଥା କରାଯାଇ ନାହିଁ। କ୍ଷତିପୂରଣ ଅର୍ଥ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦିଆଯାଇନାହିଁ। ତଥାପି ଖଣିରୁ ଦୂତୀୟ ପ୍ରର୍ଯାୟ ଖନନ କାର୍ଯ୍ୟ ପାଇଁ କମ୍ପାନୀ କତ୍ତୃପକ୍ଷ ସର୍ଭେ କରୁଥିବା ବେଳେ କ୍ଷତିଗ୍ରସ୍ତ ପ୍ରଜାମାନେ ବିରୋଧ କରିଥିଲେ । ଗ୍ରାମବାସୀଙ୍କ ସହ ନାଲକୋ ପକ୍ଷରୁ କରାଯାଇଥିବା ଚୁକ୍ତି ପୂରଣ କରାଗଲେ କ୍ଷତିଗ୍ରସ୍ତ ପ୍ରଜାମାନେ ସେମାନଙ୍କର ଜମି ଛାଡିବେ ହେଲେ, କମ୍ପାନୀ କତ୍ତୃପକ୍ଷ କ୍ଷତିଗ୍ରସ୍ତ ପ୍ରଜାଙ୍କ ଅଭିଯୋଗ ନ ଶୁଣି ପ୍ରଶାସନକୁ ଧରି ଜୋର ଜବରଦସ୍ତି କାର୍ଯ୍ୟ କରୁଥିବା ବେଳେ ଗ୍ରାମବାସୀ ବିରୋଧ କରିଥିଲେ ।ଯାହାକୁନେଇ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା । ଅପରପକ୍ଷରେ ଖଣି କତ୍ତୃପକ୍ଷଙ୍କୁ ଗ୍ରାମବାସୀ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ।
