Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନାତୁଣୀକୁ ଗର୍ଭବତୀ କଲା ଅଜା

Posted on November 4, 2025

ମୟୂରଭଞ୍ଜ ଜିଲ୍ଲା  ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଇଲାକାରେ ଘଟିଛି  ଏକ ଲଜ୍ଜାଜନକ ଘଟଣା । ସମ୍ପର୍କୀୟ ଅଜା ଜନୈକା ୧୧ବର୍ଷୀୟା ନାବାଳିକାଙ୍କୁ ମୋବାଇଲ ଦେଖାଇବା ବାହାନାରେ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିଛି । ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତକୁ  ବୈଶିଙ୍ଗା ପୁଲିସ ଗିରଫ କରିଛି ।

ନାବାଳିକାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବା ସହିତ କ୍ରମଶଃ ସେ ଦୁର୍ବଳ  ହୋଇପଡ଼ିବାରୁ ଘରଲୋକେ ଡାକ୍ତରଖାନା ନେଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷାରୁ ନାବାଳିକା ଜଣକ ତିନିମାସର  ଗର୍ଭବତୀ ଥିବାର ଜାଣିବାକୁ ପାଇଥିଲେ । ଏହାପରେ ଘରକୁ ଆସି ପଚରା ଉଚରା ପରେ ସମ୍ପର୍କୀୟ ଅଜା ମୋବାଇଲ ଦେଖାଇବା ବାହାନାରେ ତାଙ୍କ ଉପରେ ଏପରି ପାଶବିକ ଅତ୍ୟାଚାର କରିଥିବା ସେ କହିଥିଲେ । ସୋମବାର ରାତିରେ ଗ୍ରାମରେ ବୈଠକ ବସିଥିବା  ବେଳେ ବେତନଟୀ ଏସଡିପିଓଙ୍କ  ନିର୍ଦ୍ଦେଶକ୍ରମେ ବୈଶିଙ୍ଗା ପୁଲିସର ଏକ ଟିମ୍‌ ଚଢ଼ଉ  କରିଥିଲା । ଗାଁ ବୈଠକରୁ ଅଭିଯୁକ୍ତ ଖସି ପଳାଇବାକୁ  ଚେଷ୍ଟା କରୁଥିବା ସମୟରେ ଧାନକ୍ଷେତରେ ମାଡ଼ିବସି  ପୁଲିସ କାବୁ କରିନେଇଥିଲା । ଅଭିଯୁକ୍ତକୁ ଅଧିକ  ପଚରାଉଚରା କରାଯିବା ସହ ଘଟଣାର ତଦନ୍ତ ଜାରି  ରହିଛି ବୋଲି ପୁଲିସ କହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme