
ରାୟଗଡା : ରାୟଗଡା ସଦର ବ୍ଲକ ଗୁରୁମଗୁଡା ଗ୍ରାମରେ ଜଣେ ଯୁବକ ନIଗIବଳୀ ନଦୀରେ ଭାସି ନିଖୋଜ ହୋଇଯାଇଥିବା ଜଣାପଡିଛି I ରାୟଗଡ଼ା ସହର ନିକଟସ୍ଥ ଗୁରୁମ୍ଗୁଡ଼ା ଗ୍ରାମର ସୀନୁ ବ।ଡୁ ୩୮,ଗତକାଲି ସନ୍ଧ୍ୟାରେ ନଦୀକୁ ଶୌଚ ହେବାକୁ ଯାଇଥିଲେ I କିନ୍ତୁ ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ I ଏନେଇ ଗ୍ରାମବାସୀ ସୂଚନା ପାଇଲା ପରେ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ I ଅନ୍ଧାର ଯୋଗୁଁ ଅଗ୍ନିଶମ ବିଭାଗ ସିନୁଙ୍କୁ ଠାବ କରି ପାରିନଥିଲା I ସୂଚନାରୁ ଜଣାପଡିଛି ଏଯାଏଁ ସିନୁଙ୍କ ପତ୍ତା ମିଳି ପାରିନାହିଁ I ରାୟଗଡା ପୁଲିସ ଏନେଇ ତଦନ୍ତ କରୁଥିବା ଜବାପଡ଼ିଛି I ଗତ ୨ ତାରିଖରେ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନାଗାବଳୀ ନଦୀ ସହ ବିଭିନ୍ନ ନଦୀର ଜଳସ୍ତର ବଢିଛି I ସୂଚନା ଯୋଗ୍ୟ ଯେ ୨ ଦିନ ତଳେ କୋତାପେଟା ଗ୍ରାମର ସୀମାଦ୍ରୀ ମିଣିଆକା ନାମକ ଯୁବକ ନାଗାବଳୀ ନଦୀରେ ବୁଡି ମୃତ୍ୟୁବରଣ କରିଥିଲେ I
