Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu
ଚିକିଟି

ନବରାତ୍ର ପୂଜା ଦେଖି ଫେରିବା ବେଳେ ୩ ମୃତ

Posted on October 1, 2025

ବାହୁଦା ନଦୀ ରେ ବୁଡି ମା, ଝିଅ, ନାତି, ମୃତ ନାତୁଣୀ ଗୁରୁତର

ଚିକିଟି : କେ. ନୂଆଗାଁ ନିକଟସ୍ଥ ମା ରତ୍ନେଶ୍ୱରୀ ଙ୍କ ନବରାତ୍ରି ପୂଜା ଦେଖିବାକୁ ଆସି ବାହୁଦା ନଦୀ ପାର ହୋଇ ନିଜ ଗାଁ କଳିଙ୍ଗଦଳା ଫେରୁଥିବା ବେଳେ ନଦୀରେ ମା, ଝିଅ, ନାତି ମୃତ୍ୟୁ ବରଣ କରିଛନ୍ତିl ନାତୁଣୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛିl

ସୂଚନା ମୁତାବକ ଦୁର୍ଗା ପୂଜା ଦେଖିବା ପାଇଁ ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦ ପୁର ପଂଚାୟତର କଳିଙ୍ଗଦଳା ଗାଁରୁ ମା’ ଉଷା ବେହେରା (୫୦), ଝିଅ ଅନୁସୟା ବେହେରା( ୩୫)ଏବଂ ସାତ ବର୍ଷ ର ନାତୁଣୀ ଏବଂ ପାଞ୍ଚ ବର୍ଷ ର ନାତି କୁ ଧରି ମହା ଅଷ୍ଟମୀ ପୂଜା ଦେଖିବା ପାଇଁ ଆସିଥିଲେ l ନବରାତ୍ରି ପୂଜା ଅବସରରେ ମା’ଙ୍କ ଦର୍ଶନ ସାରି ପ୍ରସାଦ ସେବନ କରି ନିଜ ଗାଁ କଳିଙ୍ଗଦଳାକୁ ଫେରିବା ପାଇଁ ବlହୁଦା ନଦୀ ପାର ହେଉଥିବା ବେଳେ ସମସ୍ତ ୪ ଜଣ ବlହୁଦା ନଦୀ ସ୍ରୋତ ରେ ଭାସି ବୁଡି ଯାଇଥିଲେl ଖବର ପାଇ ନଦୀ ତଟରେ ରହିଥିବା କଳିଙ୍ଗଦଳା ଗ୍ରାମବାସୀ ବାହୁଦା ନଦୀରୁ ସେମାନଙ୍କୁ ଉଦ୍ଧାର କରି ବାଇକ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିଟି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେl ଚିକିଟି ମେଡିକାଲରେ ମା, ଝିଅ, ନାତିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ l ନାତୁଣୀ ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି l ଧାନଘର ଫାଣ୍ଡି ପୁଲିସ ଶବକୁ ଜବତ କରି ପୋଷ୍ଟମାର୍ଟମ ପାଇଁ ବ୍ରହ୍ମପୁର ପଠାଇଛି l ମୃତ୍ୟୁ ଖବର ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme