Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନକଲି ମଦ ତିଆରି କାରଖାନା ରେ ଚଡାଉ , ଦୁଇ ଅଟକ।

Posted on December 31, 2025

ଅନୁଗୋଳ ଜିଲ୍ଲାରେ ପୁଣିଏକ ନକଲି ମଦ କାରଖାନା ଉପରେ ଚଡାଉ କରି 1500 ଲିଟର ସ୍ପିରିଟ ସହ ଦୁଇଙ୍କୁ ଅଟକ ରଖିଛି ପୋଲିସ । ସେମାନେ ହେଲେ ପ୍ରଫୁଲ୍ଲ ସାହୁ ଓ ପ୍ରକାଶ ସାହୁ।  ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ତଳମୂଳ କଲେଜ ନିକଟରେ।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ବେଳେ ଅନୁଗୁଳ ପୋଲିସ ର ଏକ ସ୍ପେଶାଲ ସ୍କୁଆଡ ଖବର ପାଇଁ ତଳମୂଳ ରେ ଥିବା ନକଲି ମଦ କାରଖାନା ରେ ଅତର୍କିତ ଭାବରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଉଭୟ ବଅଁରପାଳ ପୋଲିସ ଓ ସ୍ପେଶଲ୍ ସ୍କୁଆଡ୍ ପହଞ୍ଚି ମଦ ତିଆରି ରେ ବ୍ୟବହାର ହେଉଥିବା 1500 ଲିଟର ସ୍ପିରିଟ, 250 ଲିଟର ତିଆରି ହୋଇ ରହିଥିବା ମଦ, ବୋତଲ, କ୍ୟାପ ଓ ସିଲିଂ ପାଇଁ ବ୍ୟବହାର ହେଉଥିବା ମେସିନ ଆଦି ଜବତ କରିବା ସହିତ ସେଠାରେ କାମ କରୁଥିବା 2 ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ କେବେଠାରୁ ଏହି ନକଲି ମଦ କାରଖାନା ଚାଲିଛି ଓ କିଏ କିଏ ଏହି କାରବାର ରେ ସଂପୃକ୍ତ ଅଛନ୍ତି ତାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷ ରୁ ସୂଚନା ଦିଆ ଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme