Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧାରଣାରେ ବସିଲେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଠିକା କର୍ମଚାରୀ

Posted on December 19, 2025

ଦରମା ମିଳିବ ବୋଲି ଲିଖିତ ପ୍ରତିଶୃତି ମିଳିଥିଲା, ହେଲେ ଦରମା ମିଳିଲା ନାହିଁ । ପୁଣି ଧାରଣାରେ ବସିଲେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଠିକା କର୍ମଚାରୀ । ଗତକାଲି ସନ୍ଧ୍ୟାରେ ଦରମା ମିଳିବାକୁ ପ୍ରତିଶ୍ରୁତି ମିଳିଥିଲା । ହେଲେ ପ୍ରତିଶ୍ରୁତି ପୂରଣ ନହେବାରୁ ପୁଣି ଶୀତ କାକରରେ ଧାରଣାରେ ବସିଛନ୍ତି କର୍ମଚାରୀ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଆଟେଣ୍ଡାଣ୍ଟ ଓ ଅନ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କ୍ୱେସ ସର୍ଭିସ ପ୍ରୋଭାଇଡର ଜରିଆରେ ଦିଆଯାଇଛି ।

ଏହି ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କର ଗତ ମାସର ଦରମା ପାଇ ନ ଥିବାରୁ ବୁଧବାରଠୁ ଆନ୍ଦୋଳନରେ ବସିଥିଲେ । ଗତକାଲି ସନ୍ଧ୍ୟା ସୁଦ୍ଧା କର୍ମଚାରୀଙ୍କ ଦରମା ପ୍ରଦାନ କରାଯିବା ନେଇ କ୍ୱେସ ଆଣ୍ଡ ବ୍ଲୁ ସ୍ପ୍ରିଂଗର ମ୍ୟାନେଜର କହିଥିଲେ। କିନ୍ତୁ ପ୍ରତିଶ୍ରୁତି ପାଳନ ନକରିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଠିକା କର୍ମଚାରୀ । ଗତ ନଭେମ୍ବର ମାସର ଦରମା ମିଳିନଥିବାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ଏହି ଠିକା କର୍ମଚାରୀ । ଏଥିଲାଗି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସାରେ ବହୁ ସମସ୍ୟା ଓ ଅସୁବିଧା ଦେଖା ଦେଇଥିଲା । ଦରମା ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ଠିକା କର୍ମଚାରୀ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।
  • ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ
  • ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
  • ଡକାୟତିରେ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି
  • ନିପା ଭାଇରସକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (462)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,492)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme