Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧାରଣାରେ ବସିଲେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଠିକା କର୍ମଚାରୀ

Posted on December 19, 2025

ଦରମା ମିଳିବ ବୋଲି ଲିଖିତ ପ୍ରତିଶୃତି ମିଳିଥିଲା, ହେଲେ ଦରମା ମିଳିଲା ନାହିଁ । ପୁଣି ଧାରଣାରେ ବସିଲେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଠିକା କର୍ମଚାରୀ । ଗତକାଲି ସନ୍ଧ୍ୟାରେ ଦରମା ମିଳିବାକୁ ପ୍ରତିଶ୍ରୁତି ମିଳିଥିଲା । ହେଲେ ପ୍ରତିଶ୍ରୁତି ପୂରଣ ନହେବାରୁ ପୁଣି ଶୀତ କାକରରେ ଧାରଣାରେ ବସିଛନ୍ତି କର୍ମଚାରୀ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଆଟେଣ୍ଡାଣ୍ଟ ଓ ଅନ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କ୍ୱେସ ସର୍ଭିସ ପ୍ରୋଭାଇଡର ଜରିଆରେ ଦିଆଯାଇଛି ।

ଏହି ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କର ଗତ ମାସର ଦରମା ପାଇ ନ ଥିବାରୁ ବୁଧବାରଠୁ ଆନ୍ଦୋଳନରେ ବସିଥିଲେ । ଗତକାଲି ସନ୍ଧ୍ୟା ସୁଦ୍ଧା କର୍ମଚାରୀଙ୍କ ଦରମା ପ୍ରଦାନ କରାଯିବା ନେଇ କ୍ୱେସ ଆଣ୍ଡ ବ୍ଲୁ ସ୍ପ୍ରିଂଗର ମ୍ୟାନେଜର କହିଥିଲେ। କିନ୍ତୁ ପ୍ରତିଶ୍ରୁତି ପାଳନ ନକରିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଠିକା କର୍ମଚାରୀ । ଗତ ନଭେମ୍ବର ମାସର ଦରମା ମିଳିନଥିବାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ଏହି ଠିକା କର୍ମଚାରୀ । ଏଥିଲାଗି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସାରେ ବହୁ ସମସ୍ୟା ଓ ଅସୁବିଧା ଦେଖା ଦେଇଥିଲା । ଦରମା ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ଠିକା କର୍ମଚାରୀ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme