Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧର୍ମାନ୍ତର ବିବାଦରୁ ସତ୍କାର ହୋଇପାରୁନି ବାପା ଶବ

Posted on January 9, 2026

ଦୀର୍ଘ ଘଣ୍ଟା ବିତିବାକୁ ବସିଲାଣି ଶବ ସତ୍କାର ହୋଇପାରୁନି । ପୁଅ ଖ୍ରୀଷ୍ଟଧର୍ମ ଅନୁଯାୟୀ କବର ଦେବାକୁ ଜିଦ୍ ଧରିବାରୁ ଗ୍ରାମବାସୀ ବିରୋଧ କରୁଛନ୍ତି । ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତ ରଙ୍ଗାମାଟିଆ ଗାଁର ଛୁଟା ହାଁସଦାଙ୍କର ଗତ ବୁଧବାର ମଧ୍ୟରାତ୍ରିରେ ମୃତ୍ୟୁ ହୋଇଛି । ସାନ ପୁଅ ଭୀମ ହାଁସଦାଙ୍କ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି । ସେ ନିଜ ବାପାଙ୍କୁ ବାଡ଼ିରେ କବର ଦେବା ଓ ଖ୍ରୀଷ୍ଟ ଧର୍ମ ଅନୁଯାୟୀ ଅନ୍ତ୍ୟେଷ୍ଟି କ୍ରିୟା କରିବେ ବୋଲି କହିବାରୁ ସାନ୍ତାଳ ସମ୍ପ୍ରଦାୟର ଗ୍ରାମସଭା ସଭାପତିଙ୍କ ସହ ଅନ୍ୟାନ୍ୟ କିଛି ଲୋକ ବିରୋଧ କରିଥିଲେ ।

ଏହାକୁ ନେଇ ଭୀମ ହାଁସଦା ରାଇବଣିଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରୁ ଫେରି ନିଜ ବାଡ଼ିରେ କବର ଦେବାର ପ୍ରଶାସନଠୁ ଅନୁମତି ପାଇଁ ଘରବାଡ଼ି ପ୍ରମାଣପତ୍ର ନକଲ ଓଲମରା ରାଜସ୍ୱ ଅଧିକାରୀଙ୍କୁ ମଧ୍ୟ ପଠାଇଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ମୃତ ବୃଦ୍ଧଙ୍କ ସ୍ତ୍ରୀ ସ୍ୱର୍ଗତ ମାନକୀ ଦୁଇଟି ବିବାହ କରିଛନ୍ତି । ପ୍ରଥମ ସ୍ୱାମୀଙ୍କର ୩ ପୁଅ ମଧ୍ୟରୁ ଦୁଇ ପୁଅଙ୍କ ମୃତ୍ୟୁ ହୋଇଯାଇଛି । ସାନ ପୁଅ ସାନ ବାପାଙ୍କ କବରକୁ ବିରୋଧ କରୁଛନ୍ତି । ସନ୍ଧ୍ୟାରେ ଜଳେଶ୍ୱର ଏସଡିପିଓ, ରାଇବଣିଆ ଥାନା ଆଇଆଇସି ସଦଳବଳ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରିବା ସତ୍ତେ୍ୱ କୌଣସି ସମାଧାନ ହୋଇ ନ ଥିଲା । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme