
ଘରୋଇ ବସ୍ ଧର୍ମଘଟ ଡାକରାକୁ ପ୍ରତ୍ୟାହୃତ କଲା ଘରୋଇ ବସ ମାଲିକ ସଙ୍ଘ। ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ଡାକରାକୁ ସ୍ଥଗିତ ରଖାଯାଇଛି।
ସୂଚନା ଅନୁଯାୟୀ, ପୁଲିସକୁ ଗାଡି କାଗଜପତ୍ର ଯାଞ୍ଚ କ୍ଷମତା ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଥିଲା। ସରକାର ସହ ଆଲୋଚନା ପରେ ଏହା କାର୍ଯ୍ୟକାରୀ ହେବନାହିଁ ବୋଲି ବସ୍ ମାଲିକ ସଂଘକୁ ପ୍ରତିଶୃତି ମିଳିଥିଲା । ତେଣୁ ବସ୍ ଧର୍ମଘଟକୁ ପ୍ରତ୍ୟାହତୃ ନିଷ୍ପତ୍ତି ନିଆଗଲା ବୋଲି ସଂଘର ରାଜ୍ୟ ସମ୍ପାଦକ ସୂଚନା ଦେଇଛନ୍ତି। ଆସନ୍ତା ୧ତାରିଖରୁ ବସ୍ ଧର୍ମଘଟ ହେବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଡାକରା ଦିଆଯାଇଥିଲା। ଯାହାକୁ ପ୍ରତ୍ୟାହାର କରିନିଆଯାଇଛି।

