Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଲା ଭାରତ: କ୍ଲିନ୍‌ସୁଇପ୍‌ ଲକ୍ଷରେ ଟିମ୍‌ଇଣ୍ଡିଆ

Posted on October 10, 2025

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ଶୁବମନ ଗିଲ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମରେ କୌଣସି ପରିବର୍ତ୍ତନ କରିନି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟ ମ୍ୟାଚରେ ଯେଉଁ ଟିମ୍ ରହିଥିଲା, ସେହି ଟିମ୍ ରହିଛି ।

ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଶୁବମନ ଗିଲ ପ୍ଲେଇଂ ଏକାଦଶରେ କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା ଏବଂ ୱାଂଶିଟନ ସୁନ୍ଦର ଭଳି ୩ ସ୍ପିନର୍ସ ଖେଳାଯାଉଛନ୍ତି । ତେଣୁ ଅକ୍ଷର ପଟେଲ ଟିମରୁ ବାଦ୍ ପଡିଛନ୍ତି ।
ପ୍ରଥମ ଦିନରେ ଖେଳ ଆରମ୍ଭ ହେବା ପରେ ଲଞ୍ଚ ବ୍ରେକ ପରେ ୯୪ ରନରେ ୧ ୱିକେଟ ହରାଇଛି ଭାରତ । ଯଶସ୍ବୀ ଜୟସୱାଲ ୪୦ ରନ୍ କରିଥିବା ବେଳେ କେଏଲ ରାହୁଲ ୩୮ ରନ କରି ଆଉଟ ହୋଇଛନ୍ତି । ଏବେ କ୍ରିଜରେ ଯଶସ୍ବୀ ଜୟସୱାଲଙ୍କ ସହିତ ସାଇ ସୁଦର୍ଶନ ବ୍ୟାଟିଂ କରୁଛନ୍ତି ।

ଇଣ୍ଡିଆ ଓ ଇଣ୍ଡିଜ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଭାରତ ଇନିଂସ ସହ ୧୪୦ରନରେ ଜିତିଥିଲା । ସିରିଜରେ ୧-୦ରେ ଆଗୁଆ ରହିଛି । ଏବେ ଭାରତ ପାଖରେ ଦିଲ୍ଲୀରେ କ୍ଲିନ ସୁଇପ ସୁଯୋଗ ରହିଛି ।

ପ୍ଲେଇଂ ଏକାଦଶ : ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁବମନ ଗିଲ୍ (ଅଧିନାୟକ), ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡ଼େଜା, ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme