
ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁଣ୍ଡେଇଡିହା ଗ୍ରାମରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ଅବୈଧ ଗଞ୍ଜେଇ ଜବତ ହୋଇଛି । ୯ ଟି ବସ୍ତାରେ ଗଞ୍ଜେଇ ଥିବା ବେଳେ ଏହା ପାଖାପାଖି ଦେଢ଼ କ୍ୱିଣ୍ଟାଲ ହେବ ବୋଲି ପୁଲିସ କହିଛି । ଏ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଅଭିଯୁକ୍ତ ରଞ୍ଜିତ ଓରାମ ଏବଂ ରାଜେଶ ଓରାମ ବୋଲି ଜଣାପଡ଼ିଛି । ଅବକାରୀ ବିଭାଗ ସୁପାରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ବଣାଇଁ ଅବକାରୀ ବିଭାଗ ଟିମ୍ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲେ । ସୂଚନା ମୁତାବକ ସେମାନେ କୁଣ୍ଢେଇଡିହା ଜଙ୍ଗଲରେ ଗଞ୍ଜେଇ ଚାଷ କରୁଥିଲେ ବୋଲି ଜଣାପଡ଼ିଛି ।
