ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗାଁ ସ୍ଥିତ ରାମ ମନ୍ଦିରରୁ ଦୁର୍ବୁତ୍ତ ମାନଙ୍କ ଲୁଟ ଯୋଜନା ଫଣ୍ଡ ହୋଇଛି। ମନ୍ଦିରର କବାଟ ଓ ତାଲା ଭାଙ୍ଗିବା ସହ ଗ୍ରିଲକୁ ଦୁର୍ବୁତ୍ତ ମାନେ ତାଡି ଦେଇଛନ୍ତି। ଏଥିସହିତ ପାଖ ଶିବ ଓ ପାର୍ବତୀ ମନ୍ଦିରର ତାଲା ମଧ୍ୟ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ତେବେ ମନ୍ଦିର ଭିତରୁ ଦୁର୍ବୁତ୍ତ ମାନେ କିଛି ଚୋରି କରିନଥିବା ପୂଜକ ସ୍ପଷ୍ଟ କରିଛନ୍ତି। ରାମ ମନ୍ଦିରରୁ ବାରମ୍ବାର ଚୋରି ହେବା ଚିନ୍ତାର ବିଷୟ ପାଲଟିଛି। ସେପଟେ ମନ୍ଦିରରୁ ୮ଥର ଚୋରି ହୋଇଥିବା ପୂଜକ ପ୍ରକାଶ କରିଛନ୍ତି। ଯାହାକୁ ନେଇ କାମାକ୍ଷାନଗର ପୋଲିସ ତନାଘନା ଆରମ୍ଭ କରି ଦେଇଛି।
