Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ: ଏକାଧିକ ହତ୍ୟା, ଲୁଟ୍‌ ମାମଲାରେ ଉଭୟଙ୍କ ସମ୍ପୃକ୍ତି

Posted on October 10, 2025

ଝାଡ଼ଖଣ୍ଡ ପୁଲିସ୍‌ର ମୋଷ୍ଟୱାଣ୍ଟେଡ୍‌  ତାଲିକାଭୁକ୍ତ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ରାଉରକେଲା ଷ୍ଟେସନରୁ  ଗିରଫ କରାଯାଇଛି । ସେମାନେ ହେଲେ ଅବଦେଶ କୁମାର ଓ ଉପେନ୍ଦ୍ର ଯାଦବ। ଆର୍‌ପିଏଫ୍‌ ପକ୍ଷରୁ ଉଭୟଙ୍କୁ ଝାଡ଼ଖଣ୍ଡ  ପୁଲିସ୍‌କୁ ଆରପିଏଫ୍‌ ହସ୍ତାନ୍ତର କରାଯାଇଛି ।

ଗୁରୁବାର ଅପରାହ୍ଣରେ  ପ୍ଲାଟ୍‌ ଫର୍ମ ନଂ.୧ରେ ଅବଦେଶ ଓ ଉପେନ୍ଦ୍ର ସନ୍ଦେହଜନକ ଅବସ୍ଥାରେ  ବୁଲୁଥିବା ବେଳେ ଷ୍ଟେସନରେ ଡ୍ୟୁଟିରେ ଆରପିଏଫ୍‌ ଯବାନଙ୍କ  ନଜରକୁ ଆସିଥିଲେ । ସେମାନଙ୍କୁ ଧରି ଷ୍ଟେସନ ପରିସରରେ ଥିବା  ଆରପିଏଫ୍‌ ଥାନାକୁ ନେଇ ଜେରା ବେଳେ ଗୁମର ଖୋଲିଥିଲା । ସୂଚନା ପାଇ ରାଉରକେଲା ପୁଲିସ୍‌ ପହଞ୍ଚି ପଚରାଉଚରା କରିଥିଲା । ଝାଡ଼ଖଣ୍ଡରେ ଏ ଦୁହେଁ ସକ୍ରିୟ ଥିଲେ । ସେଠାକାର ବିଭିନ୍ନ ଥାନାରେ  ଏମାନଙ୍କ ନାମରେ ହତ୍ୟା,  ଲୁଟ୍‌, ଦାଦାବଟି ଆଦାୟ ଭଳି  ସଙ୍ଗିନ ମାମଲା ରହିଛି ।  ଝାଡ଼ଖଣ୍ଡ ଲାତେହାର ଜିଲ୍ଲାର  ଚାନ୍ଦୱା ଥାନା ଅନ୍ତର୍ଗତ ଟୋରି  ରେଳ ଷ୍ଟେସନ ନିକଟ କୋଇଲା ସାଇଡିଂରେ ନିକଟରେ ହୋଇଥିବା  ଗୁଳିକାଣ୍ଡ ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme