Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁଇ ଦିନରେ ଦୁଇଟି ହତ୍ୟାକାଣ୍ଡ

Posted on November 14, 2025

ପୁରୀରେ ଦୁଇ ଦିନରେ ଦୁଇଟି ହତ୍ୟାକାଣ୍ଡ । ଗତକାଲି ମେରାଇନ ଥାନା ଅଞ୍ଚଳ ବ୍ରାହ୍ମଣ ପୋଖରୀ ନିକଟ ଜଣେ ଟାଇଲ ମିସ୍ତ୍ରୀକୁ ହତ୍ୟା କରାଯାଇଥିବାବେଳେ ଆଜି ଟାଉନ ଥାନା ଅଞ୍ଚଳ ଶ୍ରୀସେତୁ ଜଳ ଭଣ୍ଡାର ଠାରେ ଜଣେ ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ଗତକାଲି ପଶ୍ଚିମବଙ୍ଗ ମେଦିନପୁରର ୩୫ବର୍ଷୀୟ ଶେଖ ନୋରା ଆଲାମକୁ ମୁଶରଫ ହତ୍ୟା କରିଥିଲା l ସାମାନ୍ୟ ମୋବାଇଲ ଭିଡ଼ିଓ ଡିଲିଟ ହେବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହେବା ସହ ମୁଶରଫ ରାଗରେ ହାତୁଡି ସହାର୍ଯ୍ୟରେ ଶେଖ ନୋରା ଆଲାମକୁ ହତ୍ୟା କରି ଫେରାର ହୋଇଯାଇଥିଲା । ପୋଲିସ କୋଲକାତାରୁ ମୁଶରଫକୁ ଗିରଫ କରିଛି l

ସେପଟେ ପୁରୀ ଶ୍ରୀସେତୁ ନିକଟରେ ଥିବା ଜଳଭଣ୍ଡାର ଠାରେ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁଙ୍କୁ ହତ୍ଯା କରିଛନ୍ତି ଦୁର୍ବୃତ୍ତ । ମୃତ ନାବାଳକ ଜଣକ ଘରୁ ବୁଧବାର ଦିନ ଜଳଖିଆ ପାଇଁ ଆସି କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଶ୍ରୀସେତୁ ନିକଟ ଜଳଭଣ୍ଡାର ଠାରେ ସୂର୍ଯ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂର୍ଯ୍ୟ ଯୁକ୍ତଦୁଇର ଛାତ୍ର ଥିଲେ । ତେବେ କିଏ ଏବଂ କାହିଁକି ସୂର୍ଯ୍ୟଙ୍କୁ ହତ୍ୟାକଲା ସେନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା
  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (905)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme