Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁଇ ଦିନରେ ଦୁଇଟି ହତ୍ୟାକାଣ୍ଡ

Posted on November 14, 2025

ପୁରୀରେ ଦୁଇ ଦିନରେ ଦୁଇଟି ହତ୍ୟାକାଣ୍ଡ । ଗତକାଲି ମେରାଇନ ଥାନା ଅଞ୍ଚଳ ବ୍ରାହ୍ମଣ ପୋଖରୀ ନିକଟ ଜଣେ ଟାଇଲ ମିସ୍ତ୍ରୀକୁ ହତ୍ୟା କରାଯାଇଥିବାବେଳେ ଆଜି ଟାଉନ ଥାନା ଅଞ୍ଚଳ ଶ୍ରୀସେତୁ ଜଳ ଭଣ୍ଡାର ଠାରେ ଜଣେ ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ଗତକାଲି ପଶ୍ଚିମବଙ୍ଗ ମେଦିନପୁରର ୩୫ବର୍ଷୀୟ ଶେଖ ନୋରା ଆଲାମକୁ ମୁଶରଫ ହତ୍ୟା କରିଥିଲା l ସାମାନ୍ୟ ମୋବାଇଲ ଭିଡ଼ିଓ ଡିଲିଟ ହେବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହେବା ସହ ମୁଶରଫ ରାଗରେ ହାତୁଡି ସହାର୍ଯ୍ୟରେ ଶେଖ ନୋରା ଆଲାମକୁ ହତ୍ୟା କରି ଫେରାର ହୋଇଯାଇଥିଲା । ପୋଲିସ କୋଲକାତାରୁ ମୁଶରଫକୁ ଗିରଫ କରିଛି l

ସେପଟେ ପୁରୀ ଶ୍ରୀସେତୁ ନିକଟରେ ଥିବା ଜଳଭଣ୍ଡାର ଠାରେ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁଙ୍କୁ ହତ୍ଯା କରିଛନ୍ତି ଦୁର୍ବୃତ୍ତ । ମୃତ ନାବାଳକ ଜଣକ ଘରୁ ବୁଧବାର ଦିନ ଜଳଖିଆ ପାଇଁ ଆସି କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଶ୍ରୀସେତୁ ନିକଟ ଜଳଭଣ୍ଡାର ଠାରେ ସୂର୍ଯ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂର୍ଯ୍ୟ ଯୁକ୍ତଦୁଇର ଛାତ୍ର ଥିଲେ । ତେବେ କିଏ ଏବଂ କାହିଁକି ସୂର୍ଯ୍ୟଙ୍କୁ ହତ୍ୟାକଲା ସେନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme