Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ମୃତ

Posted on December 27, 2025

କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନା ଘାଟି କୁନ୍ଦୁରୁବୁରୁ ନିକଟରେ ଅଘଟଣ। ୫୨୦ ନମ୍ବର ଜାତୀୟ ରାଜପଥରେ ଶନିବାର ଭୋର ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କେ ବଲାଙ୍ଗ ଥାନା ଅନ୍ତର୍ଗତ କୁନ୍ଦୁରୁବୁରୁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ କୋଇଡ଼ା ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ବଣାଇଁ ପଟକୁ ଆସୁଥିବା ଏକ ଲୌହ ପଥର ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି ।

ଲୌହ ପଥର ବୋଝେଇ ଟ୍ରକ୍ ଚୁନା ଘାଟିରୁ ଓହ୍ଲାଉଥିବା ସମୟରେ ଗାଡ଼ିଟିର ବ୍ରେକ୍ ଫେଲ୍ ହୋଇଥିଲା। ଫଳରେ ଭାରସାମ୍ୟ ହରାଇ ଟ୍ରକ୍ ଚାରି ଥାକିଆ ରାସ୍ତା ଡିଭାଇଡରକୁ ଡେଇଁ ଅପର ପାର୍ଶ୍ଵକୁ ଚାଲିଯାଇଥିଲା। ଅପର ପାର୍ଶ୍ଵରେ କୋଇଡ଼ା ପଟକୁ ଯାଉଥିବା କୋଇଲା ବୋଝେଇ ଟ୍ରକ୍‌ କୁ ଧକ୍କା ଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଁଞ୍ଚି ଦୀର୍ଘ ସମୟ ପରେ ଶବ ଉଦ୍ଧାର କରିଛନ୍ତି। କେ.ବଲାଙ୍ଗ ପୁଲିସ ତଦନ୍ତ ଜାରି ରଖିଛି। ମୃତ ଦୁଇ ଚାଳକ ମଧ୍ୟରେ ଜଣେ ବଡ଼ବିଲ୍ ଅଞ୍ଚଳର ଓ ଅନ୍ୟ ଜଣକ ଉତ୍ତରପ୍ରଦେଶ ଅଞ୍ଚଳର ବୋଲି ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି I

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme