
ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ସୁଭାଷ ମାର୍ଗ ଟ୍ରାଫିକ୍ ସିଗନାଲ ନିକଟରେ ରବିବାର ସନ୍ଧ୍ୟା ସାତଟା ସମୟରେ ଏକ ହୁଣ୍ଡାଇ ଆଇ-୨୦ କାର୍ରେ ଭୟାବହ ବିସ୍ଫୋରଣ ଘଟିଥିଲା । ଘଟଣାରେ ଅନେକ ଲୋକ ମୃତାହତ ହୋଇଥିଲେ ଓ ଗାଡ଼ି ଜଳି ଖାକ ହୋଇଯାଇଥିଲା । ଘଟଣା ପରେ ୧୦ ମିନିଟ୍ ମଧ୍ୟରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଏବଂ ସ୍ବତନ୍ତ୍ର ଶାଖା ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଏନଏସଜି, ଏନଆଇଏ ଏବଂ ଏଫଏସଏଲ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରି ଦିଲ୍ଲୀ ପୁଲିସ କମିସନର ଏବଂ ସ୍ବତନ୍ତ୍ର ବ୍ରାଞ୍ଚ ପ୍ରଭାରୀଙ୍କ ସହ ଆଲୋଚନା କରିଛନ୍ତି । ଶାହ ସ୍ପଷ୍ଟ କରିଛନ୍ତି ଯେ, ବିସ୍ଫୋରଣ ଘଟଣାର ସମସ୍ତ ଦିଗରୁ ତଦନ୍ତ କରାଯିବ ।
ପରେ ଶାହ ଲୋକ ନାରାୟଣ ଜୟପ୍ରକାଶ ହସ୍ପିଟାଲରେ ଆହତଙ୍କୁ ଭେଟିଥିଲେ ଓ ଦିଲ୍ଲୀ ପୁଲିସ କମିସନର ସତୀଶ ଗୋଲଚା ସହ ବୈଠକ କରି ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି
