Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀ ବିସ୍ଫୋରଣ ପରେ ଚିନ୍ତାରେ ପାକିସ୍ତାନ : ୟୁକ୍ରେନଠୁ କିଣିବ ଡ୍ରୋନ୍

Posted on November 14, 2025

ନୂଆଦିଲ୍ଲୀ ବିସ୍ଫୋରଣ ପରେ ଚିନ୍ତାରେ ପାକିସ୍ତାନ ସରକାର । ଆଉ ଏକ ଅପରେସନ ସିନ୍ଦୂର ଭୟରେ ପାକିସ୍ତାନ ରଣନୀତି ଆରମ୍ଭ କରିଦେଇଛି । ତେଣୁ ଅନ୍ୟ ଦେଶଠୁ ଡ୍ରୋନ୍ କିଣିବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛି ପାକ୍ । କୁହାଯାଉଛି ଯେ, ୟୁକ୍ରେନଠାରୁ ଶେହଓ୍ୱାଜ ସରକାର ଅସ୍ତ୍ରସସ୍ତ୍ର କ୍ରୟ ପାଇଁ ଡିଲ୍ କରିଛନ୍ତି ।

ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ଏବଂ ୟୁକ୍ରେନ ମଧ୍ୟରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଅଦଳବଦଳ ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି । ଏହା ଉପରେ ଭାରତ ପକ୍ଷରୁ କଡା ନଜର ରଖାଯାଇଛି । ଏକ ୟୁରୋପୀୟ ଡ୍ରୋନ୍ କମ୍ପାନୀ ଏବଂ ପାକିସ୍ତାନର ପ୍ରତିରକ୍ଷା କମ୍ପାନୀ ଏବାବଦରେ ଆଲୋଚନା କରିଛନ୍ତି । ପାକ୍ ଏହାକୁ ଗେପନୀୟ ରଖିବାକୁ ଚେଷ୍ଟା କରୁଛି ।

୨୦୨୫ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ପରେ ୟୁକ୍ରେନ, ଋଷ ଏବଂ ୟୁରୋପର ଅନେକ ଡ୍ରୋନ୍ କମ୍ପାନୀ ସହ ପାକିସ୍ତାନ ସମ୍ପର୍କ ସ୍ଥାପନ କରିଥିଲା । ଏହି ସବୁ ଡ୍ରୋନ୍ ଅଧିକ ଉଚ୍ଚତା ବିଶିଷ୍ଟ ନୁହେଁ । ଯଦି ଡିଲ୍ ଚୂଡାନ୍ତ ହୁଏ ତାହାଲେ ପାକିସ୍ତାନର ଶକ୍ତି ବୃଦ୍ଧି ହେବ ।

ସୂଚନାଯୋଗ୍ୟ, ଅପରେସନ ସିନ୍ଦୂରରେ ପାକିସ୍ତାନ ନିଜ ପଶ୍ଚିମ ସୀମାରେ ଭାରତ ଉପରେ ଡ୍ରୋନ୍ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲା । କିନ୍ତୁ ଭାରତୀୟ ସେନା ସମସ୍ତ ଆକ୍ରମଣର କଡା ଜବାବ ଦେଇଥିଲା । ବିନା ପାଇଲଟ ବିଶିଷ୍ଟ ଡ୍ରୋନ୍ ଏହି ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା
  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (906)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme