Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀ ବିସ୍ଫୋରଣ ପରେ ଚିନ୍ତାରେ ପାକିସ୍ତାନ : ୟୁକ୍ରେନଠୁ କିଣିବ ଡ୍ରୋନ୍

Posted on November 14, 2025

ନୂଆଦିଲ୍ଲୀ ବିସ୍ଫୋରଣ ପରେ ଚିନ୍ତାରେ ପାକିସ୍ତାନ ସରକାର । ଆଉ ଏକ ଅପରେସନ ସିନ୍ଦୂର ଭୟରେ ପାକିସ୍ତାନ ରଣନୀତି ଆରମ୍ଭ କରିଦେଇଛି । ତେଣୁ ଅନ୍ୟ ଦେଶଠୁ ଡ୍ରୋନ୍ କିଣିବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛି ପାକ୍ । କୁହାଯାଉଛି ଯେ, ୟୁକ୍ରେନଠାରୁ ଶେହଓ୍ୱାଜ ସରକାର ଅସ୍ତ୍ରସସ୍ତ୍ର କ୍ରୟ ପାଇଁ ଡିଲ୍ କରିଛନ୍ତି ।

ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ଏବଂ ୟୁକ୍ରେନ ମଧ୍ୟରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଅଦଳବଦଳ ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି । ଏହା ଉପରେ ଭାରତ ପକ୍ଷରୁ କଡା ନଜର ରଖାଯାଇଛି । ଏକ ୟୁରୋପୀୟ ଡ୍ରୋନ୍ କମ୍ପାନୀ ଏବଂ ପାକିସ୍ତାନର ପ୍ରତିରକ୍ଷା କମ୍ପାନୀ ଏବାବଦରେ ଆଲୋଚନା କରିଛନ୍ତି । ପାକ୍ ଏହାକୁ ଗେପନୀୟ ରଖିବାକୁ ଚେଷ୍ଟା କରୁଛି ।

୨୦୨୫ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ପରେ ୟୁକ୍ରେନ, ଋଷ ଏବଂ ୟୁରୋପର ଅନେକ ଡ୍ରୋନ୍ କମ୍ପାନୀ ସହ ପାକିସ୍ତାନ ସମ୍ପର୍କ ସ୍ଥାପନ କରିଥିଲା । ଏହି ସବୁ ଡ୍ରୋନ୍ ଅଧିକ ଉଚ୍ଚତା ବିଶିଷ୍ଟ ନୁହେଁ । ଯଦି ଡିଲ୍ ଚୂଡାନ୍ତ ହୁଏ ତାହାଲେ ପାକିସ୍ତାନର ଶକ୍ତି ବୃଦ୍ଧି ହେବ ।

ସୂଚନାଯୋଗ୍ୟ, ଅପରେସନ ସିନ୍ଦୂରରେ ପାକିସ୍ତାନ ନିଜ ପଶ୍ଚିମ ସୀମାରେ ଭାରତ ଉପରେ ଡ୍ରୋନ୍ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲା । କିନ୍ତୁ ଭାରତୀୟ ସେନା ସମସ୍ତ ଆକ୍ରମଣର କଡା ଜବାବ ଦେଇଥିଲା । ବିନା ପାଇଲଟ ବିଶିଷ୍ଟ ଡ୍ରୋନ୍ ଏହି ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme