
ବଢୁଥିବା ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାର ନୂଆ କଟକଣା ଲାଗୁ କରିଛନ୍ତି । ପୂର୍ବରୁ ସରକାରୀ କାର୍ଯ୍ୟାଳୟର ୫୦% କର୍ମଚାରୀ ଘରୁ ରହି କାମ କରିବା ବା ୱାର୍କ ଫ୍ରମ ହୋମ୍ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବର୍ତ୍ତମାନ ସମାନ କଟକଣା ଘରୋଇ କାର୍ଯ୍ୟାଳୟ ପାଇଁ ଲାଗୁ କରାଯାଇଛି । ଗ୍ରାପ ଫୋର ଲାଗୁ ପରେ ଗୋଟିଏ ପରେ ଗୋଟିଏ କଟକଣା ଲଗାଯାଉଛି । ଗୋଟିଏ ଦିନ ପୂର୍ବରୁ, ସରକାର ନିଷ୍ପତ୍ତି ନେଇଥିଲେ ଯେ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ବିନା ଯାନବାହନଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ମିଳିବ ନାହିଁ । ଗ୍ରାପ-୪ ଲାଗୁ ପରେ ଲାଗୁ ହୋଇଥିବା କଟକଣା ମଧ୍ୟରେ ରହିଛି । ସେପଟେ ସଂସଦରେ ପ୍ଲାକାର୍ଡ ଧରି ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ବିରୋଧୀ । ତେବେ ନୂଆ କଟକଣା ଉପରେ ପୁଣିଥରେ ଟିକେ ନଜର ପକାଇବା
