Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀରୁ ସବୁ ଇଣ୍ଡିଗୋ ବିମାନ ବାତିଲ, ମୁମ୍ବାଇ ଓ ଚେନ୍ନାଇରେ ମଧ୍ୟ ଅନେକ ବିମାନ ବାତିଲ

Posted on December 5, 2025

ଇଣ୍ଡିଗୋ ଏୟାରଲାଇନ ବର୍ତ୍ତମାନ ସମୟରେ ସଙ୍କଟ ଦେଇ ଗତି କରୁଛି । ଡିସେମ୍ବର ୪ ତାରିଖରେ ସମଗ୍ର ଦେଶରେ ଇଣ୍ଡିଗୋ ଉଡ଼ାଣ ଉପରେ ପ୍ରଭାବ ପଡିଥିଲା । ଏପରି ସ୍ଥଳେ ଦିଲ୍ଲୀରୁ ଆସି ସବୁ ବିମାନ ଉଡ଼ାଣ ବାତିଲ ହୋଇଛି । ଇଣ୍ଡିଗୋ ଦିଲ୍ଲୀ ଏୟାରପୋର୍ଟରୁ ଆଜି ପାଇଁ ସମସ୍ତ ବିମାନ ଉଡ଼ାଣ ରାତି ୧୨ଟା ବାତିଲ କରିଛି ।

ସେହିପରି ଇଣ୍ଡିଗୋ ଚେନ୍ନାଇ ଏୟାରପୋର୍ଟରୁ ସନ୍ଧ୍ୟା ୬ଟା ଯାଏଁ ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି । ଇଣ୍ଡିଗୋ ବାତିଲ ହେବା ଯୋଗୁଁ ଅନ୍ୟ ଏୟାରଲାଇନର ଟିକେଟ ଦାମ୍ ଦୁଇଗୁଣା ବଢିଯାଇଛି । ଯେଉଁ ଟିକେଟ ୫-୬ ହଜାର ଟଙ୍କାରେ ମିଳୁଥିଲା, ସେ ଟିକେଟର ଦାମ୍ ୩୦-୪୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି ।

ବେଙ୍ଗାଲୁରୁ ବିମାନ ବନ୍ଦରରେ ଉଡ଼ାଣ ବାତିଲ ହେବା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଗୁରୁବାର ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ମୁମ୍ବାଇରେ ୧୧୮, ବେଙ୍ଗାଲୁରୁରେ ୧୦୦, ହାଇଦ୍ରାବାଦ ୯୦, ପୁଣେରେ ୧୬, ଅହମ୍ମଦାବାଦର ୫ ଏବଂ କୋଲକାତାରେ ୩୫, ଚେନ୍ନାଇ ୨୬, ଗୋଆ ୧୧, ଭୋପାଳ ୫ଟି ବିମାନ ରହିଛି । ଗତ ଦୁଇଦିନରେ ୯୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme