Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀକୁ ପୁଣି ବୋମା ଧମକ: ସ୍କୁଲ-କୋର୍ଟ ଉଡ଼ାଇ ଦେବାକୁ ଫୋନ୍ କଲ୍‌ରେ ଧମକ

Posted on November 18, 2025


ଦିଲ୍ଲୀକୁ ପୁଣି ବୋମା ଧମକ ଦିଆଯାଇଛି । ଦୁର୍ବୃତ୍ତମାନେ ଫୋନ୍ କରି ସ୍କୁଲ ସହିତ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ଏଥର ଦିଲ୍ଲୀର ସାକେତ କୋର୍ଟ ଏବଂ ଦୁଇଟି ସିଆରପିଏଫ୍ ସ୍କୁଲକୁ ଧମକ ମିଳିଛି । କୋର୍ଟ ପରିସରକୁ ଉଡ଼ାଇ ଦେବା ପାଇଁ ଧମକ ମିଳିବା ପରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ବହୁ ସଂଖ୍ୟାରେ ପୁଲିସ ଏବଂ ବୋମା ନିରୋଧକ ତଥା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସାକେତ କୋର୍ଟର ସମଗ୍ର ପରିସରକୁ ତୁରନ୍ତ ଖାଲି କରାଯାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । କୋର୍ଟ ଏବଂ ସ୍କୁଲ୍ ପରିସରରେ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଧମକ ଦେଇଥିବା ବ୍ୟକ୍ତିର ଫୋନ୍ ସୁଇଚ୍ ଅଫ୍ ଥିବା ଜଣାପଡ଼ିଛି । ଏହି ଘଟଣା ସକାଳ ପ୍ରାୟ ୯ଟା ସମୟରେ ଜଣାପଡ଼ିଥିଲା । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ଦିଲ୍ଲୀର ପ୍ରଶାନ୍ତ ବିହାର ଏବଂ ଦ୍ୱାରକାରେ ଥିବା ସିଆରପିଏଫ୍‌ ସ୍କୁଲଗୁଡ଼ିକୁ ଏକକାଳୀନ ଇ-ମେଲ୍ ମାଧ୍ୟମରେ ମଧ୍ୟ ବୋମା ଧମକ ମିଳିଥିଲା । ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣ ଏବଂ ଆତଙ୍କବାଦୀ ଆକ୍ରମଣ ଘଟଣା ମନରୁ ନ ଲିଭୁଣୁ ଏହି ଧମକ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ସେଥିପାଇଁ ଧମକ କଲ୍‌ ଆସିବା ପରେ ସିଆରପିଏଫ୍‌ ସ୍କୁଲର ସମସ୍ତ ପିଲାମାନଙ୍କୁ ଘରକୁ ପଠାଇଦିଆ ଯାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme