Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିନକ ପରେ ଖଣ୍ଡଗିରି ମେଳା: ଆକର୍ଷଣ ସାଜିବ ବିଶ୍ୱରୂପ ଓ କାଞ୍ଚି ଅଭିଯାନ ଥିମ୍‌

Posted on January 24, 2026

ଆଉ ଦିନକ ପରେ ଖଣ୍ଡଗିରି ମେଳା । ସଜେଇ ହେଉଛି ଐତିହାସିକ ଖଣ୍ଡଗିରି ପାହାଡ଼ । ପାହାଡ଼ ପାଦଦେଶରେ ଯଜ୍ଞକୁଣ୍ଡ ସହ ସାଧୁସନ୍ଥଙ୍କ ରହିବା ପାଇଁ ଅସ୍ଥାୟୀ ଘର ଜୋର୍‌ସୋର ତିଆରି ଚାଲିଛି । ବାହାର ରାଜ୍ୟରୁ ଖେଳଣା, ଫୁଲ ବେପାରୀ ଓ ଦୋଳି ବେପାରୀମାନେ ମଧ୍ୟ ଆସି ମେଳି ବାନ୍ଧିଲେଣି । ଏପଟେ ଯାତ୍ରା ପାଇଁ ୭ଟି ପେଣ୍ଡାଲ ସଜ୍ଜା ଚାଲିଛି । ପ୍ରସିଦ୍ଧ ମାଘମେଳା ପୂର୍ବରୁ ଖଣ୍ଡଗିରି ଚଳଚଞ୍ଚଳ ହୋଇପଡ଼ିଛି ।

ସେଥିପାଇଁ ପାହାଡ଼ ପାଦଦେଶଠାରୁ ନେଇ ଜାଗମରା ରାସ୍ତା, ଖଣ୍ଡଗିରି ବାରି ଓ ବିଭିନ୍ନ ଯାତ୍ରା ପେଣ୍ଡାଲରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରବିବାରଠାରୁ ହୋମଯଜ୍ଞରେ ଖଣ୍ଡଗିରି ପାହାଡ଼ କମ୍ପିବ । ଏପର୍ଯ୍ୟନ୍ତ ପୁରୀ, ଢେଙ୍କାନାଳ ସହ ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼, ଉତ୍ତରପ୍ରଦେଶରୁ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ସାଧୁସନ୍ଥ ଖଣ୍ଡଗିରିକୁ ଆସିଛନ୍ତି । ଖଣ୍ଡଗିରି ମେଳା ପାଇଁ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି ।

ରବିବାର ବ୍ରାହ୍ମମୁହୂର୍ତ୍ତରେ ବେଦପାଠ, ସ୍ମୃତି ପ୍ରାର୍ଥନା, ଉପାସନା କରାଯିବ । ଏହାପରେ ଖଣ୍ଡଗିରିରେ ଅବସ୍ଥିତ ରାଧାକୁଣ୍ଡ, ସାମ କୁଣ୍ଡ, ଆକାଶ ଗଙ୍ଗା, ଗୁପ୍ତଗଙ୍ଗାରୁ କଳସ ଶୋଭାଯାତ୍ରା ହେବ । ପ୍ରତିଦିନ ବିଶିଷ୍ଟ ପ୍ରବଚକଙ୍କ ଦ୍ୱାରା ଧର୍ମଶାସ୍ତ୍ର ଉପରେ ଆଲୋଚନା କରାଯିବ । ମା’ ବାରଭୂଜାଙ୍କ ପାଖରେ ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ସହ ନବଦିନାତ୍ମକ ରାମଚରିତ ମାନସ ପାରାୟଣ, ଗରିବ ବ୍ରାହ୍ମଣ ପିଲାଙ୍କ ସମୂହ ବ୍ରତ ହେବ । ଏଥିସହ ପାହାଡ଼ ଚାରିପାଖରେ ସାଧୁସନ୍ଥଙ୍କ ଦ୍ୱାରା ୧୦୮ କୁଣ୍ଡୀୟ କରାଯିବ । ପୋଦଦେଶରେ ଭଗବାନ ବିଷ୍ଣୁଙ୍କ ବିଶ୍ୱରୂପ ଓ କାଞ୍ଚି ଅଭିଯାନର ଝଲକ ଭକ୍ତଙ୍କୁ ଆକର୍ଷିତ କରିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme