
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ୬୦ କୋଟି ଟଙ୍କା ଠକେଇ ମାମଲାରେ ବମ୍ବେ ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି। ଅଦାଲତ ସେମାନଙ୍କୁ କହିଛନ୍ତି, ଯଦି ସେମାନେ ଯଦି ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ୬୦ କୋଟି ଟଙ୍କା ଜମା କରିବା ଆବଶ୍ୟକ। ନହେଲେ ବିଦେଶ ଯିବାକୁ ଅନୁମତି ମିଳିବ ନାହିଁ।
ଏହି ମାମଲାରେ ଦମ୍ପତି ଲୁକଆଉଟ ସର୍କୁଲାରକୁ ରଦ୍ଦ କରିବା ପାଇଁ ଅଦାଲତକୁ ଦାବିକୁ କରିଥିଲେ। ଆଗାମୀ ଶୁଣାଣି ୧୪ ଅକ୍ଟୋବରରେ ହେବ।
ସୂତ୍ର ଅନୁସାରେ, ରାଜ କୁନ୍ଦ୍ରା ପୋଲିସକୁ କହିଛନ୍ତି ଯେ ଠକେଇ ଅଭିଯୋଗକାରୀ ଦୀପକ କୋଠାରୀଙ୍କ ଏକ ଏନବିଏଫସିରୁ ସେମାନେ ୬୦ କୋଟି ଋଣ ନେଇଥିଲେ, ଯାହା ପରେ ଇକ୍ୱିଟି ଆକାରେ ରୂପାନ୍ତର ହୋଇଥିଲା। ସେଥିରୁ ୨୦ କୋଟି ସେଲିବ୍ରିଟି ପ୍ରମୋସନ ଓ ପ୍ରସାରଣ ଖର୍ଚ୍ଚ ପାଇଁ ବ୍ୟୟ ହୋଇଥିଲା।

