
ଦାଦନ ଖଟିବାକୁ ଯାଇ ୨ ପୁଅ ନିଖୋଜ । ଖୋଜି ଆଣିବାକୁ ମାଆର ଆକୁଳ ନିବେଦନ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାଲିଦାଣ୍ଡି ଗାଁର ଶରତ ନାୟକ ଓ ଶ୍ରୀମନ୍ତ ନାୟକ ଦାଦନ ଖଟିବାକୁ ଗୁଜରାଟ ଯାଇଥିଲେ । ଆଜକୁ ୧୦ ବର୍ଷ ବିତିଯାଇଥିଲେ ବି ସେମାନଙ୍କର କୌଣସି ଖୋଜ୍ ଖବର ନାହିଁ ।
କିଛି ବର୍ଷ ତଳେ ପୋଖରୀରେ ବୁଡି ଝିଅର ଜୀବନ ଯାଇଥିଲା । ଏବେ ଅସହାୟ ହୋଇପଡିଛନ୍ତି ମାଆ ରୁକୁଣା । ଦୁଇ ପୁଅଙ୍କୁ ଖୋଜି ଆଣିବାକୁ ପରିବାର ପକ୍ଷରୁ ପୀରହାଟ ଥାନାରେ ଅଭିଯୋଗ ଦିଆଯାଇଛି । ହେଲ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହାୟତା ମାଗିଛନ୍ତି ମା ରୁକୁଣା । ତୁରନ୍ତ ଦୁଇ ପୁଅଙ୍କୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି ।
